ଭାରତୀୟ ଶିଳ୍ପପତିଙ୍କୁ ଟ୍ରମ୍ପଙ୍କ ଆହ୍ୱାନ
ନୂଆଦିଲ୍ଲୀ (ଓଟି): ଆମେରିକାରେ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବା ପାଇଁ ଭାରତୀୟ ଶିଳ୍ପପତିମାନଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ୱାନ ଜଣାଇଛନ୍ତି। ଆମେରିକାର ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଭାରତୀୟ ନିବେଶକାରୀମାନଙ୍କ ଏଥିପାଇଁ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକୀୟ ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ରହିଥିବା ନିୟମାବଳୀରେ କୋହଳ କରିବ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସିଇଓ ରାଉଣ୍ଡ ଟେବୁଲ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍, ଆଦିତ୍ୟ ବିର୍ଲା ଗ୍ରୁପ୍ ମୁଖ୍ୟ କୁମାରମଙ୍ଗଳମ୍ ବିର୍ଲାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ଶିଳ୍ପଗୋଷ୍ଠୀର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭାରତର ଶିଳ୍ପ ସମୁଦାୟ ପ୍ରତି ସେମାନଙ୍କ ରହିଥିବା ଭୂମିକା ଏବଂ ବ୍ୟବସାୟିକ ସଫଳତା ପାଇଁ ଟ୍ରମ୍ପ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମେରିକାରେ ନିବେଶ ପାଇଁ ଆହ୍ୱାନ ଜଣାଇଛନ୍ତି ଟ୍ରମ୍ପ।