ପ୍ରତିବାଦ ନାଁରେ ହିଂସା ରାଷ୍ଟ୍ରକୁ ଦୁର୍ବଳ ବନାଏ: ରାଷ୍ଟ୍ରପତି କୋବିନ୍ଦ
ନୂଆଦିଲ୍ଲୀ, (ଓଟି): ଆଲୋଚନା ଦ୍ଵାରା ସବୁ ବିବାଦର ସମାଧାନ ହୋଇପାରିବ। ଭାରତ ସରକାର ଏହି ମନ୍ତ୍ରରେ ଉଦ୍ବୁଦ୍ଧ। କିନ୍ତୁ ପ୍ରତିବାଦଳ ବିକ୍ଷୋଭ ନାଁରେ ରାଷ୍ଟ୍ରରେ ଉତ୍ତେଜନା ତଥ ହିଂସାକୁ ପ୍ରୋତ୍ସାହିତ କରିବା ଦ୍ଵାରା ତାହା ରାଷ୍ଟ୍ରକୁ ଦୁର୍ବଳ କରିଦିଏ। ଏହା ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣଙ୍କୁ କ୍ଷତିପହଞ୍ଚାଇଥାଏ ବୋଲି ସେ କହିଛନ୍ତି।
ଶୁକ୍ରବାର ପୂର୍ବାହ୍ଣରେ ବଜେଟ୍ ଅଧିବେଶନ ଆରମ୍ଭରୁ ନିର୍ବାଚିତ ସାଂସଦମାନଙ୍କ ଆଗରେ ଉଦ୍ବୋଧନ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ବିଗତ ଦିନମାନଙ୍କରେ ପ୍ରଧାନମନ୍ତ୍ରୀର ନରେନ୍ଦ୍ରମୋଦିଙ୍କ ନେତୃତ୍ଵାଧୀନ ସରକାର ଦେଶରେ ଜନମଙ୍ଗଳ କାର୍ଯ୍ୟକୁ ଠିକଣା ଭାବେ ରୂପାନ୍ତରିତ କରିଥିବା ରାଷ୍ଟ୍ରପତି କହିଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମତ ରଖି ଶ୍ରୀ କୋବିନ୍ଦ କହିଛନ୍ତି, ଏହି ସରକାର କତାରପୁର କରିଡରକୁ କାର୍ଯ୍ୟକ୍ଷମ କରାଇଛନ୍ତି। ଏହା ଏକ ଗୁରୁତ୍ଵପୂଣ୍ଣ କାର୍ଯ୍ୟ।
‘ମୋ ସରକାର ସବ୍କା ସାଥଳ ସବ୍କା ବିକାଶ ଓ ସବ୍କା ବିଶ୍ଵାସ ମନ୍ତ୍ରରେ ଉଦ୍ବୁଦ୍ଧ। ଏହି ଆଦର୍ଶକୁ ପ୍ରଣୟନ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ। ଏହିକ୍ରମରେ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ବିଦେଶରେ ସ୍ଵୀକୃତ ହୋଇଛି। ଏହି ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କଶ୍ମୀରରେ ନିଆଯାଇଥିବା କାର୍ଯ୍ୟକ୍ରମସବୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଗତ କିଛିଦିନରେ ରାମମନ୍ଦିର ରାୟ ପ୍ରକାଶ ପାଇବା ଲୋକଙ୍କୁ ଉତ୍ସାହିତ କରିଛି। ପୁଣି ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନା ପାଇଁ ସରକାର ବୋଡ଼ ଆଦିବାସୀଙ୍କ ସହ ମୈତ୍ରୀ ଚୁକ୍ତି ସ୍ଵାକ୍ଷର କରିଛନ୍ତି। ମିଜୋରାମ୍ରେ ବ୍ରୁଜ୍ ମାନଙ୍କ ସହ ଚୁକ୍ତି କରିଛନ୍ତି, ଏହା ଅନେକ ବିକାଶ ଓ ଜନମଙ୍ଗଳ ଲକ୍ଷ୍ୟ ରଖିଥିବା କହିଛନ୍ତି ରାଷ୍ଟ୍ରପତି।