ବୁଧବାର ଭାରତ ବନ୍ଦ: ଜାଣନ୍ତୁ କିଏ କାହିଁକି କେତେବେଳେ ଦେଇଛି ଏ ଡାକରା

ଭୁବନେଶ୍ଵର, (ଓଟି): କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ ( ମାର୍କସବାଦୀ) ବା ସିପିଏମ୍‌ର ଏକ ଶାଖା ସେଣ୍ଟର ଅଫ୍‌ ଟ୍ରେଡ୍‌ ୟୁନିୟନ୍ସ ( ସିଟି) ପକ୍ଷରୁ ବୁଧବାରଦିନ ଭାରତବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଶ୍ରମିକମାନଙ୍କ ୧୨ ଦଫା ଦାବି ପୂରଣ ପାଇଁ ଉଦ୍ଦିଷ୍ଟ। ବିଗତ ୪ ବର୍ଷ ହେଲା ଶ୍ରମିକଘଙ୍କ ବାବଦରେ କୌଣସି ଆଲୋଚନା ସରକାର କରୁନଥିବା ଯୋଗୁ ସିଟୁ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏଥିରେ ପ୍ରାୟ ୨୫ ହଜାର କର୍ମୀ ଯୋଗ ଦେବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଏମାନେ ସରକାରୀ ଅଫିସ, ଉଦ୍ୟୋଗ ଏବଂ ରାଜରାସ୍ତା, ରେଳ ଯୋଗାଯୋଗ ପ୍ରଭାବିତ ହେବା ଆଶଙ୍କା ରହିଛି। 

ସିଟୁ ପକ୍ଷରୁ କୁହାଯାଇଛି ଯେ ସରକାର ୨୦୧୫ ଅଗଷ୍ଟରେ ଶେଷଥର ପାଇଁ ଭାରତ ଶ୍ରମିକ ସଂଗଠନଙ୍କ ଦାବି ବାଦରେ ଆଲୋଚନା କରିଥିଲେ। ଏଥିରେ ଉପସ୍ଥାପିତ ହୋଇଥିବା ୧୨ ଦଫା ଦାବି ପୂରଣ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଣୁ ସରକାରଙ୍କ ଉପରେ ନିଜର ଦାବି ପୂରଣ ନିମିତ୍ତ ଆବଶ୍ୟକ ଚାପ ପ୍ରେୟୋଗ କରିବା ଲାଗି ଏହି ବନ୍ଦ ଡାକରା ଦିଆଯାଇଛି। 

ଏହାବାଦ୍‌ ସିଟୁ ପକ୍ଷରୁ କୁହାଯାଇିଛି ଯେ, ଯେଉଁଭଳି ଭାବେ ସରକାର ଘରୋଇ କରଣ, ଖଣିଜ ସମ୍ପଦ ଗୁଡ଼ିକର ପରିଚାଳନା ପାଇଁ ଘରୋଇ ପକ୍ଷକୁ ନିଯୁକ୍ତ କରାଯାଉଛି ତାହା ଦ୍ଵାରା ଭାରତର ଅର୍ଥନୀତି ଅଧିକ ଦୁର୍ବଳ ହେଉଛି। 

କିଏ ଦେଇଛି ବନ୍ଦ ଡାକରା?

ସେଣ୍ଟର ଫର୍‌ ଟ୍ରେଡ୍‌ ୟୁନିୟନ୍‌ 

କେତେବେଳଠୁ ଆରମ୍ଭ ହେବ ଆନ୍ଦୋଳନ?

ଶ୍ରମିକଙ୍କ ପ୍ରଥମ ସିଫ୍ଟ ଆରମ୍ଭ ସମୟ ଅର୍ଥାତ୍‌ ସକାଳ ୬ଟାରୁ ଆନ୍ଦୋଳନ ହେବ। ଏହା ୨୪ ଘଣ୍ଟା ଧରି ଚାଲିବ। ଅର୍ଥାତ୍‌ ଜାନୁୟାରୀ ୮ ତାରିଖ ସକାଳ ୬ଟାରୁ ଭାରତର ବିଭିନ୍ନ ଯୋଗାଯୋଗ ମାଧ୍ୟମ ପ୍ରଭାବିତ ହେବ। ସରକାରୀ କାର୍ଯ୍ୟାଳ୍ର ଖୋଲି ରହିଲେ ବି କମ୍‌ ଉପସ୍ଥାନ ଓ କାରବାର ହେବ। 

ଓଡ଼ିଶାରେ କି ପ୍ରଭାବ

ଓଡ଼ିଶାରେ ଟ୍ରେନ୍‌ ଓ ବସ୍‌ ଚଳାଚଳ ପ୍ରଭାବିତ ହେବ। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପିକେଟିଂ ଆଶଙ୍କା ରହିଛି। ଏଣୁ ଦୈନ୍ଦିନ କାର୍ଯ୍ୟରେ ଯୋଗ ଦେବା ପ୍ରଭାବିତ ହେବ। 

କେଉଁମାନେ ସମର୍ଥନ କରୁଛନ୍ତି

ଭାରତୀୟ ମଜଦୂର ସଂଘକୁ ଛାଡ଼ି ଦୋର ପ୍ରମୁଖ ଶ୍ରମିକ ସଂଗଠନ ତଥା ବାମପନ୍ଥୀ ସଂଗଠନ ଗୁଡ଼ିକ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି। ଏହି ସଂଗଠନଗୁଡ଼ିକ ଭିତରେ ରହିଛନ୍ତି: ହିନ୍ଦ ମଜସୂର ସଭା, ସିଟୁ, ଏଆଇଟିୟୁସି, ଟିୟୁସିସି, ସେୱା, ଏଆଇଟିୟୁସି, ଏଲ୍‌ପିଏଫ୍‌, ୟୁଟିୟୁସି ଏବଂ ଏହା ସହ ସଂଯୁକ୍ତ ଥିବା ବିଭିନ୍ନ ସଂଗଠନ।  

 

Leave a Reply

Your email address will not be published. Required fields are marked *