ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ଫଳାଫଳ, ଏଇଠି ଦେଖନ୍ତୁ ସମ୍ପୂଣ୍ଣ ତାଲିକା
ଭୁବନେଶ୍ଵର, (ଓଟି): ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୧୮ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୨୧୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିରୂ ୭୨ ଜଣ ମହିଳା ପ୍ରାର୍ଥୀ ବୋଲି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୧୮ ଡିସେମ୍ବର ୧୭ରୁ ୨୮ ତାରିଖ ଯାଏ ଏହି ପର୍ସନାଲିଟି ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ଦେବାଶୀଷ ପଣ୍ଡା।
ଓଡ଼ିଶା ଲୋକସେବା ଆୟୋଗଙ୍କ ଓ୍ବେବ୍ସାଇଟ୍ରେ ଏହି ତାଲିକା ଉପଲବ୍ଧ। ଓ୍ବେବ୍ସାଇଟ୍ ହେଉଛିwww.opsc.gov.in
ସମ୍ପୁଣ୍ଣ ତାଲିକା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ସମୁଦାୟ ୭ ପୃଷ୍ଠା ବିଶିଷ୍ଟ ଏହେି ତାଲିକା ପିଡିଏଫ୍ ଫାଇଲ୍ ମାଧ୍ୟମରେ ଉପଲବ୍ଧ । ଆପଣ ଏହାକୁ ପଢ଼ିବା ଲାଗି ପ୍ରଥମେ ଆଡୋବ୍ ରିଡରକୁ ନିଜ ମୋବାଇଲ୍ କିମ୍ବା ଡେସ୍କଟପ୍ରେ ଲୋଡ୍ କରନ୍ତୁ।