ଭାରତ ବନାମ ଓ୍ବେଷ୍ଟ ଇଣ୍ଡିଜ୍: କ୍ରିକେଟ୍ ପ୍ରେମୀଙ୍କ ଲାଗି ସ୍ଵତନ୍ତ୍ର ମୋ ବସ୍ ସେବା
ଭୁବନେଶ୍ୱର, (ଓଟି): ଭାରତ-ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ମ୍ୟାଚ୍କୁ ଆଖିରେ ରଖି ତଥା ପ୍ରେମୀମାନଙ୍କ ସୁବିଧା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ର।ନ୍ସପୋଟ; ( କ୍ରୁଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ଚଳାଚଳ ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ମୋ ବସ ସେବା ମାଷ୍ଟର କ୍ୟାଣ୍ଟିନ୍ ଠାରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଏବଂ ବରମୁଣ୍ଡା ଠାରୁ ମଧ୍ୟ ଷ୍ଟାଡିୟମ ଯାଏଁ ଉପଲବ୍ଧ ହେବ । ମାଷ୍ଟର କ୍ୟାଣ୍ଟିନ୍ ବସଟି ଭାୟା ଜାତୀୟ ରାଜପଥ ଓ ବରମୁଣ୍ଟା ବସ ଭାୟା ନନ୍ଦନ କାନନ ହୋଇ କଟକ ବାରବାଟୀ ଷ୍ଟାଡିୟମର ପାର୍କି ପାଖରେ ଯାଇ ପହଞ୍ଚିବ । ଏହି ସ୍ୱତନ୍ତ୍ର ବସ ସେବା ସକାଳ ୦୮.୩୦ ରୁ ୧୧.୦୦ ଟା ଏବଂ ପୁଣି ଥରେ ଫେରନ୍ତା ଯାତ୍ରୀଙ୍କ ପାଇଁ ରାତ୍ରି ୧୦.୦୦ ଟାରୁ ମଧ୍ୟରାତ୍ରି ଯାଏଁ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ ସେବା ପାଇଁ ଏକ ସ୍ୱତନ୍ତ୍ର ବସ ଭଡା ମାତ୍ର ୩୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।
କ୍ରୁଟ୍ର ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଯାତ୍ରୀମାନେ ନିଜସ୍ୱ ଯାନବାହାନକୁ ବ୍ୟବହାର ନକରି ସୁବିଧାଜନକ ଭାବେ ସ୍ୱଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିପାରିବେ । ମୋ ବସ ସେବାର ବ୍ୟବହାର ଦ୍ୱାରା ଯାତ୍ରୀମାନଙ୍କୁ ଟ୍ରାଫିକଜାମ୍ର କଷ୍ଟରୁ ମଧ୍ୟ ମୁକ୍ତି ମିଳିବ । ଆମେ ଆଶା କରୁଛୁ ଅଧିକାରୁ ଅଧିକା ଲୋକ ଏହା ଦ୍ୱାରା ଲାଭାନ୍ୱିତ ହେବେ । ନିମ୍ନରେ ରୁଟ୍ ସମ୍ବଧିୟ ସୁଚନା ଦିଆଗଲା । କ୍ରୁଟ୍ ପରିବାର ତରଫରୁ ଭାରତୀୟ କ୍ରିକେଟ୍ ଟିମ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଅନେକ ଅନେକ ଶୁଭେଛା ।
୧) ବରମୁଣ୍ଡାରୁ ବାରବାଟୀ ଷ୍ଟାଡିୟମ ଗଲାବେଳେ ଏହି ବସ ଜୟଦେବ ବିହାର, ନନ୍ଦନ କାନନ ଏବଂ ଜୁଡିସିଆଲ ଏକାଡେମୀ କେବଲ ଏହି ୩ଟି ଜାଗାରେ ରହିବ । ଫେରିବା ସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।
୨) ସେହିପରି ମାଷ୍ଟର କ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ ଯାଉଥିବା ବସ ବାଣୀବିହାର ଛକ, ନଖରା ଛକ, ଲିଙ୍କ ରୋଡରେ ରହିବ । ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।