କାଶ୍ମୀରରେ ଅଛନ୍ତି ଖିଲାଡ଼ି କୁମାରଙ୍କ ହମସକଲ୍, ଭାଇରାଲ୍ ହେଉଛି ଫଟୋ

କାଶ୍ମୀରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଚେହେରା ଅବିକଳ ଅକ୍ଷୟ କୁମାରଙ୍କ ଭଳି ଲାଗୁଛି । ତାଙ୍କର ନାଁ ହେଉଛି ମାଜିଦ୍ ମୀର୍ । ମାଜିଦଙ୍କ ଏକ ଫଟୋକୁ ଜଣେ ପତ୍ରକାର ବୁଧବାର ଦିନ ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିବା ପରେ ସ୍ଥାନୀୟ ଲୋକ, ଅକିଙ୍କ ପ୍ରଶଂସକ ଓ ସିନେପ୍ରେମୀ ତାଙ୍କୁ ଅକ୍ଷୟ ବୋଲି ହିଁ ଭାବୁଛନ୍ତି । ଏହି ଫଟୋ ସହିତ କ୍ୟାପସନ୍ ମଧ୍ୟ ରହିଛି । ସେଥିରେ ଲେଖାଅଛି ଯେ – ‘କାଶ୍ମୀରରେ ସୁନିଲ୍ ଗାଭାସ୍କରଙ୍କ ଫ୍ୟାନ୍ ମାଜିଦ୍ ମୀରଙ୍କ ସହିତ ସାକ୍ଷାତ । ସେ ସବୁଦିନ ସ୍ଥାନୀୟ ପରମ୍ପରା ଅନୁଯାୟୀ ଟୋପି ପିନ୍ଧିଥାନ୍ତି’ ।

ସୋସିଆଲ୍ ମିଡିଆରେ ଏହି ଫଟୋ ସେୟାର୍ ହେବା ପରଠାରୁ ଖୁବ୍ ଲାଇକ୍ ଓ ସେୟାର୍ ମିଳୁଛି । ଅନେକ ପ୍ରଶଂସକ ଏହି ଫଟୋକୁ ଅକିଙ୍କୁ ଟ୍ୟାଗ୍ କରି ସେୟାର୍ କରିବା ସହ କମେଣ୍ଟସ୍ ବକ୍ସରେ ଏ ସମ୍ପର୍କିତ ଅନେକ ପ୍ରଶ୍ନ କରୁଛନ୍ତି । ଏହି ବ୍ୟକ୍ତି ଜଣକ ଆପଣଙ୍କ ଯାଆଁଳା ଭାଇ କି ବୋଲି ଅନେକ ସିନେପ୍ରେମୀ ପ୍ରଶ୍ନ କରିଥିବାବେଳେ ଆଉ କେତେଜଣ କହିଛନ୍ତି ଯେ ସେ ଗାଭାସ୍କରଙ୍କ ଫ୍ୟାନ୍ କମ୍ ଓ ଅକ୍ଷୟଙ୍କ ଫ୍ୟାନ୍ ଅଧିକ ଦେଖାଯାଉଛନ୍ତି । ଆଉ କେତେଜଣ ପ୍ରଶଂସକ ଲେଖିଛନ୍ତି ‘ ଏହା ଅକ୍ଷୟଙ୍କ ବୃଦ୍ଧାବସ୍ଥା । ଅକ୍ଷୟ ଜୀ ଆପଣଙ୍କ କାର୍ବନ୍ କପି । ଆଉ କିଛି ବର୍ଷ ପରେ ଅକ୍ଷୟ ଏମିତି ହିଁ ଦେଖାଯିବେ’ । ଅକ୍ଷୟଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ‘ଅକ୍ଷୟ ସାର୍ ମେକଅପ୍ କରି କାଶ୍ମୀରରେ ସୁଟିଂ କରୁଛନ୍ତି’ । ପ୍ରଶଂସକ ଓ ସିନେପ୍ରେମୀ ଏଭଳି ବିଭିନ୍ନ ପ୍ରକାର ମତ ଦେଉଥିବାବେଳେ ଏ ପର୍ଯ୍ୟନ୍ତ ଅକିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

Leave a Reply

Your email address will not be published. Required fields are marked *