ଏମିତି ହେଲା କ’ଣ: ମୁଖ୍ୟ ସଚିବଙ୍କୁ ଦିନକରେ ଭିଆରଏସ୍‌, ମଞ୍ଜୁରୀ ଓ ନୂଆ ଚାକିରି!

ଭୁବନେଶ୍ଵର, (ଓଟି): କ୍ରମାଗତ ନିର୍ବାଚିତ ହେଉଥିବା ଓଡ଼ିଶା ସରକାରଙ୍କ ଅମଲାତନ୍ତ୍ରରେଯେ ସବୁକିଛଇ ଠିକ୍‌ ଚାଲିଛି ତାହା କହିବାଲାଗି କାହା ଜିଭରେ ହାଡ଼ ନାହିଁ। କେମିତି ବା ରହିବ- ଯେଉଁଠି ମୁଖ୍ୟ ସଚିବ ସୁରକ୍ଷିତ ନୁହନ୍ତି! ଏମିତି କିଛି ଆଶଙ୍କିତ ଚର୍ଚା ସୃଷ୍ଟି ହେବାର କାରଣ ଅନେକ ରହିଥିଲେ ବି ଆଜି ଏହାକୁ ଖୋରାକି ଯୋଗାଇଛନ୍ତି ଖୋଦ୍‌ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଆଜି ଗୋଟିଏ ଦିନରେ ତାଙ୍କୁ ନୂଆ ନିଯୁକ୍ତି ମିଳିବା ପରେ ସାମ୍ନାକୁ ଆସିଛି ସେ ମୁଖ୍ୟ ସଚିବଙ୍କ ପଦବୀରୁ ସନ୍ୟାସ ନେବା ଲାଗି ଯେଉଁ ଆବେଦନ କରିଥିଲେ ତାହା ବି ମଞ୍ଜୁରୀ ହୋଇଛି। ଖାଲି ସେତିକି ନୁହେଁ ସେ ନୂଆ ଦାୟିତ୍ଵକୁ ବି ଗ୍ରହଣ କରିଛନ୍ତି।

ଏମିତି ଉଦାହରଣ ଓଡ଼ିଶା ଶାସନରେ ଅଛି ବା ନଅଛି ତାହା ଭିନ୍ନ କଥା କିନ୍ତୁ ଆଦିତ୍ୟଙ୍କ ଏହି ଶୃଙ୍ଖଳିତ ନିଷ୍କାସ ନିଶ୍ଚିତ ଭାବେ ଏକ ଚର୍ଚାର ବିଷୟ। 

୧୯୮୩ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ୨୦୧୫ ନଭେମ୍ବର ମାସରୁ ଓଡ଼ିଶାର ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏ ଭିତରେ ଗୋଟିଏ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ସମେତ ପଞ୍ଚାୟତ ନିର୍ବାଚନ ବେଳେ ଶାସନ ପ୍ରକ୍ରିୟା ସମ୍ଭାଳିଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟ କ୍ଷମତାକୁ ଫେରିଛନ୍ତି କିନ୍ତୁୁ ସେ ଆଉ ତାଙ୍କ ମୁଖ୍ୟ ସଚିବଙ୍କ ଉପରେ ସେତିକି ଦମ୍ଭ ପ୍ରକାଶ କରିପାରି ନାହାନ୍ତି। ଯାହାଫଳରେ ଆଦିତ୍ୟଙ୍କୁ ଲମ୍ବା ଛୁଟି ଓ ପରବର୍ତ୍ତୀ ସମୟରେ ସ୍ଵେଚ୍ଛାକୃତ ଅବସର ନେବାକୁ ପଡ଼ିଛି। 

ଆଦିତ୍ୟଙ୍କ ଲମ୍ବା ଛୁଟି ପୂର୍ବରୁ ଓଡ଼ିଶା ପ୍ରଶାସନରେ ଏକ ଗୁରୁତ୍ଵପୂଣ୍ଣ ବିକାଶ ହୋଇଥିଲା, ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ୍‌ଙ୍କ କ୍ଷମତା ବୃଦ୍ଧି। ତାଙ୍କୁ ସ୍ଵତନ୍ତ୍ର ଭାବେ ୫-ଟି ସଚିବ ଦାିୟିତ୍ଵ ଦିଆଯାଇଥିଲା। ଏମିତି କିଛି ସଚିବ ଦାୟିତ୍ଵ ନଥିଲେ ମଧ୍ୟ ପ୍ରଶାସନିକ  ଦକ୍ଷତା ବୃଦ୍ଧି ଲାଗି ସ୍ଵଚ୍ଛତା, ଟେକ୍ନୋଲୋଜିର ପ୍ରୟୋଗ, ସମୟାନୁବର୍ତ୍ତିତା, ଗୋଷ୍ଠିଗତ ଉଦ୍ୟମ ଏବଂ ପରିବର୍ତ୍ତନ ଲକ୍ଷ୍ୟଭିତ୍ତିକ ୫-ଟି ବ୍ୟବସ୍ଥା ପାଇଁ ତାଙ୍କୁ ଦାୟିତ୍ଵ ଦେଇଥିଲେ। 

କ୍ଷମତା ଅଳିନ୍ଦର ହିସାବ ଅନୁସାରେ ଶ୍ରୀ ପାଢ଼ୀ ଏଥିରେ ଅସନ୍ତୁଷ୍ଟ ହୋଇଥିଲେ। ଯଦିଓ ସେ ଏହାନେଇ କୌଣସି ମନ୍ତବ୍ୟ ରଖି ନାହାନ୍ତି, କିନ୍ତୁ ଶ୍ରୀ ପାଢ଼ୀ ୫-ଟି ସଚିବ ହୋଇଥିବା ଜଣେ କନିଷ୍ଠ ଅଧିକାରୀଙ୍କୁ ନିଜ ଫାଇଲ୍‌ ଦର୍ଶାଇବାକୁ ଉଚିତ ଭାବି ନଥିବା ଚର୍ଚା ହେଉଛି। ଫଳରେ ସେ ଛୁଟିରେ ଗଲେ। ଏବଂ ଚାକିରି କାଳର ୬ ମାସ ପୂର୍ବରୁ ଅବସର ନେବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ। କିଛଇଦିନ ପୂର୍ବରୁ ସେ ଚାକିରିକୁ ଫେରିବା ପରେ ହଠାତ୍‌ ତାଙ୍କର ଗୋଟିଏ ଦିନରେ ଅବସର ଆବେଦନ ମଞ୍ଜୁରୀ ସାଙ୍ଗକୁ ତାଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି। ଆଉ ସେ ଦାୟିତ୍ଵ ବି ଗ୍ରହଣ କରିଛନ୍ତି। 

ଆଦିତ୍ୟଙ୍କ ପ୍ରସ୍ଥାନ ପରେ କିଏ ମୁଖ୍ୟ ସଚିବ ହେବେ ସେ ନେଇ ଚର୍ଚା ହେଉଛି। ଯଦିଓ ବରିଷ୍ଠ ଅଧିକାରୀ ତଥା ଏବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରୁଥିବା ଅସିତ ତ୍ରିପାଠୀଙ୍କ ନାଁ ଚର୍ଚା ହେଉଛି କିନ୍ତୁସରକାରୀ ଘୋଷଣାକୁ ଅପେକ୍ଷା  କରାଯାଇଛି।

 

 

Leave a Reply

Your email address will not be published. Required fields are marked *