କରିନା ଆଉଟ୍, ମଲାଇକା ଇନ୍
ଆଜିକାଲି କରିନା ତାଙ୍କ ଆଗାମୀ ଫିଲ୍ମ ‘ଇଂରାଜୀ ମିଡିୟମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇରଫାନ୍ ଖାନ ଷ୍ଟାରର୍ ଏହି ଫିଲ୍ମର ସୁଟିଂ ଲଣ୍ଡନରେ କରାଯାଉଛି । ତେଣୁ ବ୍ୟସ୍ତ ସୁଟିଂ ସେଡ୍ୟୁଲ ମଧ୍ୟରୁ ସମୟ ବାହାର କରିବା କରିନାଙ୍କ ପକ୍ଷେ ସମ୍ଭବ ନୁହେଁ । ଏହାକୁ ଦୃଷ୍ଟିରେ ରଖି ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ର ମେକର୍ସ କରିନାଙ୍କ ସ୍ଥାନରେ ମଲାଇକାଙ୍କୁ ଶୋ’ର ଜଜ୍ ଭାବେ ସାଇନ୍ କରିବାକୁ ମନସ୍ଥ କରିଛନ୍ତି । କରିନା ତାଙ୍କର ଡେବ୍ୟୁ ଶୋ’ରୁ ହଟିଯାଇଥିବାର ଖବର ମିଳିବା ପରେ ପ୍ରଶଂସକ ନିରାଶ ଅଛନ୍ତି । ଆଗାମୀ ୨-୩ ଦିନ ମଧ୍ୟରେ ମଲାଇକା ଶୋ’ର ସୁଟିଂ ଆରମ୍ଭ କରିବେ ବୋଲି ଖବର ମିଳିଛି ।
କରିନା ପ୍ରଥମ ଥର ପାଇଁ ଟେଲି ଦୁନିଆକୁ ଆସୁଥିବାରୁ ସେ ଏହାକୁ ନେଇ ବେଶ୍ ଉତ୍ସାହିତ ଥିଲେ । କିନ୍ତୁ ନିଜର ବ୍ୟସ୍ତ ସୁଟିଂ ସେଡ୍ୟୁଲ୍ ପାଇଁ ସେ ଏହି ସୁଯୋଗ ହାତଛଡ଼ା କରିବାକୁ ବାଧ୍ୟ ହେଉଛନ୍ତି । କରିନାଙ୍କ ଭଳି ସୈଫ୍ଙ୍କ ଅପକମିଙ୍ଗ ଫିଲ୍ମ ‘ଜବାନୀ ଜାନେମନ୍’ର ସୁଟିଂ ଲଣ୍ଡନରେ ଚାଲୁରହିଛି । ତେଣୁ କରିନା ଓ ସୈଫ୍ ଲଣ୍ଡନରେ ତୈମୁର ସହିତ କ୍ୱାଲିଟି ଟାଇମ୍ କଟାଇବା ପାଇଁ ଚାହୁଁଛନ୍ତି । ଏଭଳି କିଛି ପରିସ୍ଥିତି ପାଇଁ ଶୋ’ର ଜଜ୍ ଭାବେ କରିନାଙ୍କ ପ୍ରିୟ ସାଙ୍ଗ ମଲାଇକାଙ୍କୁ ଦେଖିବାକୁ ମିଳିବ ।