ଶାଶୁ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ପିସି, ଫଟୋ ଭାଇରାଲ୍

ଦେଶୀ ଗାର୍ଲରୁ ବିଦେଶୀ ବୋହୁ ସାଜିଥିବା ପ୍ରିୟଙ୍କା ଏବେ ସୁନା ବୋହୁଟିଏ ଭଳି ଶାଶୁଘରର ସମସ୍ତ ଦାୟିତ୍ୱ ଗ୍ରହଣ କରିବା ସହ ସ୍ନେହଶ୍ରଦ୍ଧା ବାଣ୍ଟି ଚାଲିଛନ୍ତି । ନିକଙ୍କ ସହିତ ବିବାହ ପରେ ପିସିଙ୍କ ପ୍ରଥମ ଜନ୍ମଦିନ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ପିସିଙ୍କ ମା’ ମଧୁ ଚୋପ୍ରା ଖୁବ୍ ଜୋରସୋରରେ ଲାଗିପଡ଼ିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ପିସି ତାଙ୍କ ଶାଶୁ ଡେନିସ୍ ଜୋନ୍ସଙ୍କ ଜନ୍ମଦିନ ପାଇଁ ଅନେକ କିଛି ପ୍ଲାନିଙ୍ଗ୍ କରିବା ସହ ତାଙ୍କୁ ଜନ୍ମଦିନର ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କା ଇନଷ୍ଟାଗ୍ରାମରେ ତାଙ୍କ ଶାଶୁ ଓ ନିକଙ୍କ ସହିତ ଏକ ଫଟୋ ସେୟାର୍ କରିଛନ୍ତି । ଏହାର କ୍ୟାପସନରେ ଲେଖାଅଛି – ‘ହାପ୍ପି ବାର୍ଥ ଡେ’ ମଦର୍ ଇନ୍ ଲ । ଡେର୍ ସାରା ପ୍ୟାର୍ ମାମ୍ମା ଜି । ୟେ ଦିନ୍ ଆପକେ ଲିୟେ ବେହଦ୍ ଖାସ୍ ବନେ’ । ପିସିଙ୍କ ଭଳି ନିକ୍ ମଧ୍ୟ ନିଜ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପିସି ଖୁବ୍ ଶୀଘ୍ର ବଲିଉଡର ଅପକମିଙ୍ଗ୍ ଫିଲ୍ମ ‘ସ୍କାଇ ଇଜ୍ ପିଙ୍କ୍’ରେ ନଜର ଆସିବେ । ଏଥିରେ ତାଙ୍କ ସହ ସ୍କ୍ରୀନ୍ ସେୟାର୍ କରିବେ ଫରହାନ୍ ଅଖତର୍, ଜାୟରା ବସିମ୍ ଓ ରୋହିତ ସରାଫ୍ । ଏହି ଫିଲ୍ମ ଆସନ୍ତା ଅକ୍ଟୋବର ମାସରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *