ଆଜି ସୁନା ବେଶ: ଜାଣି ରଖନ୍ତୁ କେମିତି ପହଞ୍ଚିବେ ପୁରୀ, କେଉଁଠି ରଖିବେ ଗାଡ଼ି

ଶ୍ରୀ ଜଗନ୍ନାଥଙ୍କ ମହାପର୍ବ ରଥଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୀତି ନୀତି ଅନୁସାରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ବାହୁଡ଼ି ଜଗନ୍ନାଥ ମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଛନ୍ତି। ଆଜି ତିନି ଠାକୁରଙ୍କୁ ରଥ ଉପରେ ସୁନା ଅଳଙ୍କାର ମଣ୍ଡନ କରାଯିବ। ଏହା ଏକ ଅପୂର୍ବ ବେଶ ବୋଲି ଜଗନ୍ନାଥ ବିଶ୍ଵାସୀଙ୍କ ମନରେ ରହିଛି। ଏଣୁ ଏହାକୁ ଦର୍ଶନ କରିବା ଲାଗି ହଜାର ହଜାର ସଂଖ୍ୟାରେ ଯାତ୍ରୀ ପୁରୀରେ ସମାଗମ ହୋଇପାରେ। ଏହାକୁ ଆଖିରେ ରଖି ପୁରୀ ପୁଲିସ ପକ୍ଷରୁ ଆବଶ୍ୟକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଗୁଣ୍ଡିଚା ଦିନ ପରି ଏହିଦିନ ମଧ୍ୟ ଟ୍ରାଫିକ୍‌ ପରିଚାଳନା କରାଯିବ ବୋଲି ସୂଚନା ମିଳିଛି।

ଏହି ଅନୁସାରେ ପୁରୀ ଭିତରକୁ ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି। ହାଲୁକା ଯାନଧାରୀଙ୍କ ଲାଗି ଆବଶ୍ୟକ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଆସନ୍ତୁ ନଜର ପକାଇବା:

ଯଦି ଆପଣ ଯଲ୍ଦି ଦର୍ଶନ ଲାଗି ଯାଉଛନ୍ତି:

ଯଦି ଆପଣ ଖୁବ୍‌ ଯଲ୍ଦି ପୁରୀ ଦର୍ଶନ ଲାଗି ଯାଉଛନ୍ତି ତେବେ ଆପଣଙ୍କ ଗାଡ଼ି ଶରଧାବାଲି ନିକଟରେ ପର୍କ ହୋଇପାରିବ। ଆପଣଙ୍କ ଗାଡ଼ିକୁ ଅଠର ନଳାଠୁ ପୁରୁଣା ନବକଳେବର ରୋଡ୍‌ ଦେଇ ଯିବାର ବ୍ୟବସ୍ଥା କରାଯାଇଚଇ, ଯାହାଫଳରେ ଆପଣ ବଡ଼ଶଙ୍ଖ ଯାଏ ଗାଡ଼ି ନେଇପାରେିବ। ସେଠାରେ ଉଦ୍ଦିଷ୍ଟ ପାର୍କିଂ ସ୍ଥଳରେ ଆପଣ ଗାଡ଼ି ରଖି ରଥ ଆଡ଼କୁ ଅଗ୍ରସର ହୋଇପାରିବେ।

ଯଦି ବିଳମ୍ବ ହୋଇଛନ୍ତି

ଯଦି ବିଳମ୍ବ ହୋଇଛନ୍ତି ତେବେ ଆପଣଙ୍କ ଗାଡ଼ି ସାମନ୍ତ ଚନ୍ଦ୍ର ଶେଖର କଲେଜ ପଡ଼ିଆ ବା ଜିଲ୍ଲା ସ୍କୁଲ୍‌ ପଡ଼ିଆରେ ପାର୍କିଂ ହେବ। ଅଠର ନଳାଠୁ ଆପଣ ଝାଡ଼େଶ୍ଵର ମନ୍ଦିର ଦେଇ ପାର୍କିଂ ସ୍ଥଳରେ ପହଞ୍ଚିବେ।

କେମିତି ବାହାରିବେ

ଆପଣ ଦର୍ଶନ ସାରି କିପରି ପୁରୀରୁ ବାହାରିବେ ତାହା ବି ଏକ ପ୍ରଶ୍ନ। ଏହି କ୍ରମରେ ଗୁଣ୍ଡିଚା ଦିନ ଯେମିତି ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା ସେହି ନୀତିକୁ ଆପଣଶ ଯାଇଛି। ଶରଧାବାଲିରେ ରହିଥିବା ଗାଡ଼ିଗୁଡ଼ିକୁ ବଡ଼ଶଙ୍ଖ, ନୀଳକଣ୍ଠେଶ୍ଵର ମନ୍ଦିର ଝାଡ଼େଶ୍ଵରୀ ମନ୍ଦିର ଗୋପଳସ୍ଵାୀ ଛକ ସୁବାସ ବୋସ୍‌ ଛକ, ବାଙ୍କିମୁହାଣ, ପେଣ୍ଠ କଟା ଦେଇ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ଧରିବାକୁ ହେବ।

ଯଦି ବାଟ ଭୁଲିଗଲେ

ସୁନାବେଶ ଦିନ ଯାତ୍ରୀଙ୍କୁ ସହାୟକ ହେବା ଲାଗି ସ୍ଵତନ୍ତ୍ର ପୁଲିସବଳକୁ ଟଆଫିକ୍‌ ପରିଚାଳନା ଲାଗି ବିଭିନ୍ନ ସ୍ଥାନରେ ମୁତ୍ତୟନ କରାଯାଇଛି। ଯଦି ଆପଣ ବାଟ ଭୁଲି ଯାଆନ୍ତି ବା କେଉଁଠାରେ ବାଟ ଭୁଲିବାର ସନ୍ଦେହ ହୁଏ ତେବେ ଏହି ପୁଲିସ ଭାଇଙ୍କ ସହାୟତା ନେବାକୁ ଭୁଲିବେ ନାହିଁ।

ଭିଆଇପି

ଭିଆଇପି ଚିହ୍ନିତ ଗାଡ଼ିଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣଙ୍କ ଗାଡ଼ି ଆଚାର୍ଯ୍ୟ ହରିହର ଛକ, ସ୍ଵର୍ଗ ଦ୍ଵାର, ପ୍ରାଚୀ ହୋଟେଲ୍‌ ହୋଇ ଗଦାଧର ହାଇସ୍କୁଲ୍‌କୁ ଯାଇପାରିବ। ସେଠାରେ ଆପଣ ଗାଡ଼ି ରଖି ଦର୍ଶନ ଲାଗି ଚାଲି ଚାଲି ଯିବେ। ପୁଣି ଭିଆଇପିଙ୍କ ଭିତରେ ଅଧିକ ଗୁରୁତ୍ଵପୂଣ୍ଣ ଭିଆଇପିଙ୍କ ଲାଗି ପ୍ରଶାସନ ଅଲଗା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ଗାଡ଼ିକୁ ଗାଣ୍ଡୁଆ ଚଉରା ଛକ ଯାଏ ଛଡ଼ା ଯାଇଛି।

ଏଣୁ ଆପଣ ଆପଣଙ୍କ ବର୍ଗକୁ ନିର୍ଦ୍ଧାରଣ କରି ଆବଶ୍ୟକ ପାସ୍‌ ଯଦି ଥାଏ ତେବେ ତାହାକୁ ଗାଡ଼ିରେ ଲଗାଇ ପ୍ରଭୁଙ୍କ ସୁନାବେଶରେ ତଲ୍ଲୀନ ହେବାକୁ ପୁରୀ ଯାତ୍ରା କରନ୍ତୁ।

Leave a Reply

Your email address will not be published. Required fields are marked *