‘ବିଗବସ୍ ୧୩’ରେ ନଜର ଆସିପାରନ୍ତି ରିଦ୍ଧି
ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ବିଗବସ୍’ର ୧୩ ତମ ସଂସ୍କରଣ ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ଶୋ’ର ଆନାଉନ୍ସମେଣ୍ଟ୍ ହେବା ପରଠାରୁ ଏହାର ପ୍ରତିଯୋଗୀ ଭାବେ ଅନେକ ସେଲିବ୍ରିଟିଙ୍କ ନାଁ ଶୁଣିବାକୁ ମିଳୁଛି । ଏବେ ଏହି ଧାରାରେ ଆଉ ଜଣେ ଟେଲି ନାୟିକା ଚର୍ଚ୍ଚାରେ ଅଛନ୍ତି । ସେ ହେଉଛନ୍ତି ରିଦ୍ଧି ଡୋଗରା । ମିଡିଆ ରିପୋର୍ଟ ଅନୁଯାୟୀ ଶୋ’ର ମେକର୍ସ ରିଦ୍ଧିଙ୍କୁ ଶୋ’ରେ ସାମିଲ ହେବା ପାଇଁ ଆପ୍ରୋଚ୍ କରିଛନ୍ତି । ରିଦ୍ଧି ଶୋ’ରେ ସାମିଲ୍ ହେବା ପାଇଁ ଚୁକ୍ତିପତ୍ର ମଧ୍ୟ ସାଇନ୍ କରିଛନ୍ତି ବୋଲି ଖବର ମିଳିଛି । କହିରଖୁଛୁ ରିଦ୍ଧି କିଛିଦିନ ହେଲା ଡିଭୋର୍ସ କେସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ୭ବର୍ଷ ତଳେ ରିଦ୍ଧି ରାକେଶ୍ ବାପଟାଙ୍କ ସହିତ ବିବାହ କରିଥିଲେ । ‘ବିଗ୍ ବସ୍’ ସିଜନ୍ ୧୩ ଆସନ୍ତା ସେପ୍ଟେମ୍ବର ମାସରେ ଅନଏୟାର୍ ହୋଇପାରେ । ପ୍ରତିଥର ଭଳି ସଲମାନ୍ ଭାଇଜାନ୍ ଶୋ’ର ହୋଷ୍ଟ୍ ରହିବେ ।