ବଢ଼ିବନି ବିଜୁଳି ବିଲ୍, ଉପଭୋକ୍ତାଙ୍କୁ ମିଳିବ ଡବଲ୍ ରିହାତି
ଭୁବନେଶ୍ଵର, (ଓଟି): ଏବର୍ଷ ବିଜୁଳି ବିଲ୍ ବଢ଼ିବ ନାହିଁ। ବରଂ ଯେଉଁ ଉପଭୋକ୍ତାମାନେ ଠିକଣଶ ସମୟରେ ବିଲ୍ ପଇଠ କରୁଛନ୍ତି ସେମାନଙ୍କୁ ଡବଲ୍ ରିହାତି ମିଳିବ। ମାର୍ଚମାସ ରିୖାତି ବେଳେ ଏହି ଦ୍ଵିଗୁଣା ରିହାତି କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ବିଜୁଳି ନିୟମାକ ଆୟୋଗ ) ଓଇଆରସି ପକ୍ଷରୁ କୁହାଯାଇଛି।
ଆୟୋଗଙ୍କ ପକ୍ଷରୁ ଏହାର ଲୋକସମ୍ପର୍କ ଅଧିକାରୀ ପୂରବୀ ଦାସ କହିଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଛନ୍ତି ଓଇଆର୍ସି। ଏନେଇ ଶୁଣାଣି ବହୁ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଲାଗୁଥିବାରୁ ଏହା ଘୋଷଣା ହୋଇପାରି ନଥିଲା।
ସବୁ ଡିସକମ ବା ବିତରଣ କମ୍ପାନିମାନଙ୍କୁ ଦିଆଯାଉଥିବା ବଲକ ବିଜୁଳି ତାରିଫ ମଧ୍ୟ ୨ ପ୍ରତିଶତ ହ୍ରାସ ପାଇଛି । ସେପଟେ କ୍ଷୁଦ୍ର ଉପଭୋକ୍ତାଙ୍କ ପାଇଁ ଖୁସିଖବର ଆଣିଛି ଓଇଆରସି । ଡ଼ିଜିଟାଲ ବିଲ୍ ପେମେଣ୍ଟ କଲେ ପୂର୍ବରୁ ୧ ପ୍ରତିଶତ ରିବେଟ୍ ମିଳୁଥିବାବେଳେ ଏହାକୁ ଏବେ ୨ ପ୍ରତିଶତ କରାଯାଇଛି ।