‘ବିଗ୍ ବସ୍’ ଶୋ’ରେ ପ୍ରତିଯୋଗୀ ହେବା ପାଇଁ ମୋର ଧୈର୍ଯ୍ୟ ନାହିଁ: ସ୍ୱପ୍ନିଲ୍ ଯୋଶୀ

ଟେଲି ଦୁନିଆ ଲୋକପ୍ରିୟ ବିବାଦୀୟ ଶୋ’ ‘ବିଗ୍ ବସ୍’ର ୧୩ ତମ ସଂସ୍କରର ଖୁବ୍ ଶୀଘ୍ର ଦର୍ଶକଙ୍କ ସାମନାକୁ ଆସିବ । ଏବେ ଜୋରଦାର୍ ଭାବରେ ଏହା ପୂର୍ବ ପ୍ରସ୍ତୁତି ଚାଲୁରହିଛି । ନୂତନ ସଂସ୍କରଣରେ କିଏ ପ୍ରତିଯୋଗୀ ହେବେ ତାହାକୁ ନେଇ ଚାଲିଛି ଅନେକ ଚର୍ଚ୍ଚା । ତେବେ ଏହି ଧାରାରେ ଅଭିନେତା ସ୍ୱପ୍ନିଲ୍ ଯୋଶୀଙ୍କୁ ମିଡିଆ ପକ୍ଷରୁ କିଛି ପ୍ରଶ୍ନ ପଚାରା ଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ‘ବିଗ୍ ବସ୍’ରେ ପ୍ରତିଯୋଗୀ ଭାବେ ଭାଗ ନେବାପାଇଁ ତାଙ୍କର ଧୈର୍ଯ୍ୟ ନାହିଁ । ସେ କେବଳ ଜଣେ ଦର୍ଶକ ଭାବେ ଏହି ଶୋ’କୁ ଉପଭୋଗ କରିଥାନ୍ତି ।

ସ୍ୱପ୍ନିଲ୍ କହିଛନ୍ତି ଯେ ‘ଗତବର୍ଷ ମୁଁ ମୋର ଫିଲ୍ମ ‘ରଣାଙ୍ଗନ’ର ପ୍ରମୋସନ୍ ପାଇଁ ମରାଠି ବିଗବସ୍ ହାଉସରେ ଗୋଟିଏ ଦିନ ରହିଥିଲି । କିନ୍ତୁ ମୋତେ ଅନୁଭବ ହେଲା ଯେ ମାସମାସ ଧରି ବିଗ୍ବସ୍ ହାଉସରେ ରହିବା ମୋ ପାଇଁ କେବେ ମଧ୍ୟ ସମ୍ଭବ ନୁହେଁ । ତେଣୁ ଦର୍ଶକ କେବେ ମଧ୍ୟ ମୋତେ ‘ବିଗବସ୍’ ଶୋ’ର ପ୍ରତିଯୋଗୀ ଭାବେ ଦେଖିବେ ନାହିଁ । ସୂଚନାଯୋଗ୍ୟ ୧୯୯୩ରେ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘କୃଷ୍ଣ’ରେ ସ୍ୱପ୍ନିଲ୍ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ।

Leave a Reply

Your email address will not be published. Required fields are marked *