ଆଗକୁ ଖରା, ହିଟ୍‌ ଓ୍ବେଭ୍‌, କାଳ ବୈଶାଖୀ

ଭୁବନେଶ୍ଵର,(ଓଟି): ଆସନ୍ତା ଦୁଇ ସପ୍ତାହରେ ଓଡ଼ିଶା ପାଇଁ ଖରା, ହିଟ୍‌ଓ୍ବେଭ୍‌ (ଗ୍ରୀଷ୍ମ ପ୍ରବାହ) ରହିଛି। ସ୍ଥାନେ ସ୍ଥାନେ କାଳ ବୈଶାଖୀ ଭାବେ ଘଡ଼ଘଡ଼ି, ବର୍ଷା ବା ଘୁଣ୍ଣି ଝଡ଼ ହୋଇପାରେ। ସାଟେଲାଇଟ୍‌ ଚିତ୍ର ଓ ବିଭିନ୍ନ ପାଣିପାଗ ସମ୍ବନ୍ଧିତ ତଥ୍ୟକୁ ଆକଳନ କରି ଭାରତ ପାଣିପାଗ ବିଭାଗର ବିଜ୍ଞାନୀଭାବେ ଏହି ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି, ଗତ ସପ୍ତାହରେ ଓଡ଼ିଶାରେ ‘ଫୋନି’ ବାତ୍ୟା ହେତୁ ହାରାହାରି ୫୬.୧ ମିଲିମିଟର ବର୍ଷା ହୋଇଥିଲା। ଏହା ସାଧାରଣ ହାରାହାରି ବର୍ଷା ପରିମାଣ ୧୨.୧ ମିଲିମିଟରଠୁ ୩୬୩ ପ୍ରତିଶତ ଅଧିକ ଥିଲା।

ଆସନ୍ତା ସପ୍ତାହରେ ଓଡ଼ିଶା ଆକାଶରେ ବର୍ଷା ସମ୍ଭାବନା ନାହିଁ। ଏଲନିନୋ ପ୍ଭାରବ ଜାରି ରହିବ। ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ ଉପରେ ରହିବ। ଏଥିଲାଗି ହିଟ୍‌ ଓ୍ବେଭ୍‌ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଯଦି କାଳ ବୈଶାଖୀ ହୁଏ ତେବେ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।

ଉତ୍ତର ଓଡ଼ିଶା ଏବଂ ଆନ୍ଧ୍ର ପ୍ରାଦଣର ରୟାଲସୀମା ଦେଇ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଥିବା ଏହି ବୁଲେଟିନ୍‌ରେ କୁହାଯାଇ’ଛି। କିନ୍ତୁ କୌଣସି ଘୂଣ୍ଣିଝଡ଼ ଆଶଙ୍କା କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *