ବେଦାନ୍ତ ବନ୍ଦ ପାଇଁ ଦାବି କଲା ସିଭିଲ୍ ସୋସାଇଟି
ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ସାଥିମାନଙ୍କୁ କ୍ରମାଗତ ଭାବରେ ‘ମାଓବାଦୀ’ ନାମରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅତ୍ୟାଚାର କରିଚାଲିଛନ୍ତି । ୨୦୧୩ ଗ୍ରାମସଭା ପରଠାରୁ ଜୋରଦାର ହୋଇଛି ବୋଲି ଏକ ୧୬ ଜଣିଆ ତଥ୍ୟାନୁସନ୍ଧାନ ଟିମ୍ ପ୍ରକାଶ କରିଛି। ଯେହେତୁ ଗୟାମବାସୀମାନେ ବେଦାନ୍ତକୁ ଖଣି ନଦେବା ଲାଗି ପ୍ରସ୍ତାବକୁ ପାରିତ କରିଛନ୍ତି ଏବଂ ସୁପ୍ରିମ୍କୋର୍ଟ ଏହାକୁ କାଏମ ରଖିଛନ୍ତି, ଅଦାଲତଙ୍କୁ ସମ୍ମାନ ଦେଇ ସରକାର ବେଦାନ୍ତ କମ୍ପାନୀକୁଚ ବନ୍ଦ କରିବା ଲାଗି ଆଦେଶ ଦେବାକୁ କମିଟି ସୁପାରିସି କରିଛି।
ସର୍ବ ଭାରତୀୟସ୍ତରର ‘ସିଡିଆରଓ’ ଓ ଓଡିଶାର ‘ଗାସ’ର ଏକ ୧୬ ଜଣିଆ ତଥ୍ୟ ଅନୁସନ୍ଧାନୀ ଦଳ ଗଲା ଏପ୍ରିଲ୨୬ ରୁ ୨୮ ତାରିଖ ମଧ୍ୟରର ନିୟମଗିରିର ବିଭିନ୍ନ ଗ୍ରାମ ଓ ଲାଞ୍ଜିଗଡ ପ୍ଳାଣ୍ଟ ଅଞ୍ଚଳକୁ ଯାଇଥିଲେ । ସେମାନେ ପ୍ଳାଣ୍ଟ ଅଞ୍ଚଳର ଛତ୍ରପୁର, ରେଙ୍ଗାପାଲି, ବନ୍ଧଗୁଡା ଗ୍ରାମ ଓ ନିୟମଗିରି ପାହାଡ ମଧ୍ୟରେ ଥିବା ଲାକପଦର, ଡଙ୍ଗାମାଟି ଓ ବେଲାଙ୍ଗ ମଣ୍ଡଳ ପ୍ରଭୃତି ଗାଁକୁ ଯିବା ସହିତ ନିୟମଗିରି ସୁରକ୍ଷା ସମିତିର ନେତୃବର୍ଗଙ୍କୁ ଭେଭଟିଥିଲେ । ଅନୁସନ୍ଧାନକାରୀ ଦଳ ଲାଞ୍ଜିଗଡ ଥାନା ଅଧିକାରୀଙ୍କୁ ଭେଟିବା ସହିତ ଜିଲ୍ଲାପାଳ ଓ ଏସପିଙ୍କ ସହିତ କଥା ହୋଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି।
ତଥ୍ୟାନୁସନ୍ଧା ନ ଟିମ୍ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର କ୍ରମାଗତ ଭାବରେ ନିମୟଗିରିର ଡଙ୍ଗରିଆ ଆଦିବାସୀ ଭୟଭୀତ କରିବାରେ ଲାଗିଛନ୍ତି ।

ଫେବୃୟାରି ୨୭, ୨୦୧୭ରେ ଡଙ୍ଗାମାଟି ଗ୍ରାମର ମନ୍ଦ କାଡ୍ରାକାଙ୍କୁ ଏନକାଉଣ୍ଟରରେ ହତ୍ୟା କରିବା ହେଉ କି ଲଦ ସିକକାଙ୍କୁ ବାରମ୍ବାର ଉଠାଇ ନେଇ ଧମକ ଦେବା ହେଉ ଅଥବା ମେ’୧, ୨୦୧୭ ଦିନ ଗାରଟା ଗ୍ରାମର କୁନି ସିକକାଙ୍କୁ ରାତି ଅଧରେ ଉଠାଇ ନେବା ଓ ଗିରଫ କରିବା, ଦାସୁରୁ କାଡ୍ରାକାଙ୍କୁ ମେ’ ୨୦୧୬ର ‘ମାଓବାଦୀ’ ନାମରର ଗିରଫ କରି ଜେଲ ପଠାଇବା, ନିୟମଗିରି ସୁରକ୍ଷା ସମିତିର ରନତା ଲିଙ୍ଗରାଜ ଆଜାଦଙ୍କୁ ‘ମାଓବାଦୀ ସମର୍ଥକ’ ଆଖ୍ୟା ଦେବା ଓ ଗିରଫ କରିବା ପ୍ରଭୃତି ଏହାର ଉଦାହରଣ। ସେତିକି ନୁହେଁ, ସାମାଜିକ ସଚେତନତା ତଥା ସ୍ଥାନୀୟ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ‘ନିୟମାଗରୀ ସୁରକ୍ଷା ସମିତି’କୁ ଏପଅିଲ୍ ୨୦୧୭ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଓବାଦୀ ସଂଗଠନ ‘ପରିଚାଳନା’ ଆଖ୍ୟା ଦେବା ଆଜି ୧୮ ଟି ଘଟଣା ଏହାର ଉଦାହରଣ ବୋଲି ତଥ୍ୟାନୁସନ୍ଧାନ ଟିମ୍ ପକ୍ଷରୁ କୁହାଯାଇଛି।
ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରର ଏକ ସିଆରପିଏଫ କ୍ୟାମ୍ପ ନିର୍ମାଣ ପ୍ରସ୍ତାବକୁ ସ୍ଥାନୀୟ ଲୋକେ ବିରୋଧ କରି ଗ୍ରାମସଭା କରିଥିଲେ। ଏହା ସତ୍ତେ୍ବ ରାଜ୍ୟ ସରକାର ସେଠାରେ କ୍ୟାମ୍ପ ନିର୍ବାଣ କଲେ। ଯେଉଁ ଜମିରେ ବେଲଗୁଡ଼ା ଗ୍ରାମର ଲାୟି ମାଝୀର ପରିବାର ପିଢ଼ି ପରେ ପିଢ଼ି ଚାଷ ଉପରେ ନିର୍ଭର କରୁଥିଲେ ସେଠାରେ କ୍ୟାମ୍ପ ଗଢ଼ାଗଲା। ଏହି ଜଙ୍ଗଲ ଜମି ପାଇଁ ସେ ଦୀର୍ଘଦିନ ହେଲା ପଟ୍ଟା ପାଇଁ ଆବେଦନ କରିଥିଲେ ।
ନିୟମଗିରିର , ଲୋକେ ଗ୍ରାମକୁ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଚିକିତ୍ସା ସୁବିଧା ଲାଗି ଦାବି କରୁଥିଲା ବେଳେ ସରକାର ସେମାନଙ୍କ ଆନ୍ଦୋଳନକୁ ବନ୍ଦ କରିବା ଲାଗି ସିଆରପିଏଫ କ୍ୟାମ୍ପ ସ୍ଥାପନ କରୁଛନ୍ତି, ଯାହା କି କେବଳ ଭୟ ସୃଷ୍ଟି କରିବା ଓ ବେଦାନ୍ତ କମ୍ପାନୀକୁ ସହରଯାଗ କରିବା ଲାଗି ଉଦ୍ଦିଷ୍ଟ ବୋଲି ଏହି କମିଟି କହିଛି।

ଗଲା ମାର୍ଚ ୧୮, ୨୦୧୯ ତାରିଖ ଦିନ ବେଦାନ୍ତ କମ୍ପାନୀ ଗେଟ ସାମନାରେ ଯେଉଁ ଗଣ୍ଡଗୋଳ ରେଙ୍ଗାପାଲି, ଛତ୍ରପୁର ଗ୍ରାମବାସୀ ଓ ଶିଳ୍ପ ସୁରକ୍ଷା ବାହିନୀ ମଧ୍ୟରେ ଘଟିଲା ସେଥିରେ ଛତ୍ରପୁରର ଦାନି ବାତ୍ରା ନାମକ ଜରଣ ଦଳିତ ଯୁବକର ମୃତ୍ୟୁ ଘଟିଲା। ଏହା ସହ ଲୋକଙ୍କ ଆକ୍ରୋଶରେ ସୁରକ୍ଷା କର୍ମୀ ସୁଜିତ ମିଞ୍ଜଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୁଏ। ଦାନି ବାତ୍ରା ଦେଖଣାହାରୀ ଭାବେ ଦୂରରେ ଠିଆ ହୋଇଥିଲା ଯିଏ କି ସୁରକ୍ଷା ବଳର ଅତକିତ ଆକ୍ରମଣରେ ଡରି ଯାଇ ନିକଟସ୍ଥ ପୋଖରୀରେ ପଡ଼ିଗଲେ । ଦାନିଙ୍କ ବଡ଼ ଶଳା ମହେନ୍ଦ୍ର ବିଭର ଯିଏ ତାଙ୍କ ମୃତ ଦେହ ଡାକ୍ତରଖାନାରୁ ଗ୍ରହଣ କଲେ ସେ କୁହନ୍ତି ଦାନୀଙ୍କ ଦୁଇ ହାତ ମାଡ ହେତୁ ଭାଙ୍ଗି ଯାଇଥିଲା ।
ଶିଳ୍ପ ସୁରକ୍ଷା କର୍ମୀ ସୁଜିତ ମିଞ୍ଜଙ୍କ ମୃତ୍ୟୁ ସନ୍ଦେହଜନକ ଅଟେ । ଯାହା କୁହାଯାଉଛି ଯେ ସୁଜିତ ସିସିଟିଭି ନିୟନ୍ତ୍ରଣ ପ୍ୟାନେଲ୍ ମଧ୍ୟରେ ଥିଲା ବେଳେ ତାଙ୍କ ଦୁଇ ଗୋଡ଼କୁ ବାନ୍ଧି ଦେଲେ ଓ ପ୍ୟାନେଲର ଦ୍ଵାର ବନ୍ଦ କରିଦେଇ ତାଙ୍କୁ ପୋଡ଼ି ମାରିଦେଲେ । ସେହି ପ୍ୟାନେଲ୍ ମୂଳ ଗେଟ୍ଠାରୁ ୧୦୦ ମିଟର ଦୂରରେ ଅବସ୍ଥିତ। ଏକଥା ନିଜେ ଲାଞ୍ଜିଗଡ଼ ଥାନାଅଧିକାରୀ ସ୍ଵୀକାର ମଧ୍ୟ କରୁଛନ୍ତି। ଲୋକେ ଗେଟ୍କୁ ଅତିକ୍ରମ କରି ଯାଇ ନଥିବା କୁହାଯାଉଥିବାବେଳେ ୧୦୦ ମିଟର ଭିତରେ ଅନ୍ୟ କୌଣସି ଭଙ୍ଗାରୁଜା ହୋଇ ନଥିବା ପୁଲିସ ସ୍ଵୀକାର କରୁଛନ୍ତି। ଇତିମଧ୍ୟରେ ଦାନି ବାତ୍ରାର ହତ୍ୟା ମକଦ୍ଦମାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାବେଳେ ପୁଲିସ ସୁଜିତ ମିଞ୍ଜଙ୍କୁ ହତ୍ୟା ମାମଲାରେ ୬ଜଣଙ୍କୁ ଗିରଫ କରିସାରିଲାଣି।
ଲାଞ୍ଜିଗଡ଼ ବ୍ଲକର ଲାକ ବାହାଲ ପଞ୍ଚାୟତର ଘାଟିକୁଣ୍ଡୁ ଗ୍ରାମର ବ୍ରିଟିଶ୍ କୁମାର ଯିଏକି ‘ଖଣ୍ଡୁଆଳ ମାଳି ସୁରକ୍ଷା ସମିତି’ରେ ନେତୃତ୍ଵ ନେଉଛନ୍ତି ତାଙ୍କୁ ଗଲା ୨୨ ଡିସେମ୍ବର ୨୦୧୮ରେ କଳାହାଣ୍ଡି ପୁଲିସ ପ୍ରଥମେ ଜବରଦସ୍ତି ନେବା ଓ ଜିଲ୍ଲା ଏସ୍ପି ମାଓବାଦୀ ‘ମାଓବାଦୀଙ୍କୁ ସମର୍ଥନ କରୁଛୁ ତେତେ ଗୁଳି କରିଦେବି ବୋଲି ଧମକ ଦେବା’ ଓ ପିଟିବା ସହିତ ତାଙ୍କ ନାମରେ କୌଣସି କେସ୍ ନଥିଲେବି ବିଜେପୁର ଥାନାରେ ନିୟମିତ ହାଜିରା ଦେବା ଲାଗି ନିର୍ଦେଶ ଦେବା ଭଳି ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଜିଲ୍ଲା ପୁଲିସ କରିଥିବା କଥା ତଥ୍ୟାନୁସନ୍ଧାନ ଦଳ ଜାଣିବାକୁ ପାଇଛି। ଏହି ଆଦୋ ବଳରେ ବ୍ରିଟିଶ୍ ଦୁଇମାସ କାଳ ବିଜେପୁର ଥାନାକୁ ଯାଇ ପ୍ରତିଦିନ ହାଜିରା ଦେଉଥିଲେ।
ବେଦାନ୍ତ ବନ୍ଦ ପାଇଁ ଦାବି
ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ବୋଦାନ୍ତ କାରଖାନାକୁ ସମ୍ପୂଣ୍ଣ ବନ୍ଦ କରିବା ଲାଗି ତଥ୍ୟାନୁସନ୍ଧାନ କମିଟି ଦାବି କରିଛି। ଯେହେତୁ ବେଦାନ୍ତ କମ୍ପାନୀକୁ ନିଜର ଆଲୁମିନା ପ୍ଲାଣ୍ଟ ପାଇଁ ବକ୍ସାଇଟ୍ ନଦେବା ଲାଗି ଗ୍ରାମ ସଭାରେ ପ୍ରସ୍ତାବ ହୋଇଛି ଏବଂ ତାହା ସୁପ୍ରିମ୍କୋର୍ଟରେ କାଲମ ରହିଛି ତାହାକୁ ଆଖିରେ ରଖି ସରକାର ଏହି କମ୍ପାନୀକୁ ବନ୍ଦ କରିବା ପାଇଁ ଆଦେଶ ଦିଅନ୍ତୁ।
ସେହିପରି ଲୋଚନପୁରଠାରେ ଥିବା ସିଆର୍ପିଏଫ୍ କ୍ୟାମ୍ପୂଅନୁସୂଚିତ ଅଞ୍ଚଳ ଆଇନର ଖିଲାଫ କରୁଛି। ଏହାକୁ ବନ୍ଦ କରାଯାଉ ବୋଲି କମିଟି ସୁପାରିସି କରିଛି। ମାର୍ଚ ୧୮ ତାରିଖରେ ସଞ୍ଜୟ ମିଞ୍ଜଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ଜଣେ ବିଚାରପତିଙ୍କଦ୍ଵାରା ଏହାର ତଦନ୍ତ ଦାବି ହୋଇଛି। ନିୟମଗିରି ଅଞ୍ଚଳର ଆଦିବାସୀ ଗ୍ରାମରେ ଅଧିକ ବିଦ୍ୟାଳୟ ଖୋଲାଯାଉ ଏବଂ ଚିକିତ୍ସା ସୁବିଧା କରାଯିବା ଲାଗି ତଥ୍ୟାନୁସନ୍ଧାନ କମିଟି ସୁପାରିସି କରିଛି।