କଂଗ୍ରେସ କନ୍ଦଳ ବିଜେପି ପାଇଁ ମଉକା

କଂଗ୍ରେସରୁ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା

ରାଜ୍ୟ କଂଗ୍ରେସର କନ୍ଦଳ ଏବେ ଧିରେ ଧିରେ ବଢିବା ସହିତ ବିଜେପି ପାଇଁ ମଉକା ଆଣିଛି। ଯେଉଁସବୁ ସ୍ଥାନରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି ସେଠାରେ କଂଗ୍ରେସ ଭୋଟକୁ ନିଜ ଆଡକୁ ଆଣିବାକୁ ବିଜେପି ପ୍ରାଣପ୍ରଣେ ଉଦ୍ୟମ ଚଳାଇଥିବାବେଳେ ଟିକଟ ପାଇଥିବା କଂଗ୍ରେସ ନେତାଙ୍କୁ ନେବାକୁ ବି ପଛାଉ ନାହିଁ।

ଟିକଟ ବଣ୍ଟାକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଟିକଟ ପାଇଲାପରେ ତାହାକୁ ଫେରାଇ ଦେଉଛନ୍ତି। ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କ ଠାରୁ ଆରମ୍ଭକରି ପିପିଲିର ଯୁଧିଷ୍ଟିର ସାମନ୍ତରାୟ ଓ ବଡଚଣାର ସୀତାକାନ୍ତ ମହାପାତ୍ର ସେମାନଙ୍କର ଟିକଟ ଫେରାଇ ଦେଇଛନ୍ତି।

ବେଗୁନିଆରୁ ଟିକଟ ପାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲଭ ପଟ୍ଟନାୟକଙ୍କ ପୁଅ ପୃଥୀରାଜ ବି ଟିକଟ ପାଇଲାପରେ ତାହା ଫେରାଇଛନ୍ତି। ସବୁକୁ ଟପିଯାଇଛି ତିେର୍ତ୍ତାଲରୁ କଂଗ୍ରେସ ଟିକଟ ପାଇଥିବା ବିଭୁ ପ୍ରସାଦ ତରାଇ ଜଗତ୍ସିଂହପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା। ଶ୍ରୀ ତରାଇ କଂଗ୍ରେସ ଛାଡିବା ସହିତ ନିରଞ୍ଜନଙ୍କୁ ଗାଳି ଫଜିତ କରି ବିଜେପିରେ ଯୋଗ ଦେଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ନିଜେ ଟିକଟ ପାଇନଥିବା ଓ କମ‍୍‌ ସଂଖ୍ୟକ ମହିଳା ପ୍ରାର୍ଥୀ ହୋଇଥିବାରୁ ପ୍ରତିଦିନ ସଭାପତିଙ୍କ ବିରୁଦ୍ଧରେ ବିଷୋଦ‍୍‌ଗାର କରି ଆଜି ଇସ୍ତଫା ଦେଇଛନ୍ତି। ଏପରିକି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ୍ ଦେବାକୁ ଅନଶନ କରିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା ।  ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମତେ ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି ।

ସେହିଭଳି ରାଜ୍ୟ କଂଗ୍ରେସର କୃଷକ ସେଲ‍୍‌, ସେବାଦଳ, ଯୁବ କଂଗ୍ରେସ ଭଳି ଛାମୁଆ ସଂଗଠନର କେହି ହେଲେ ଟିକଟ ପାଇନାହାନ୍ତି। ଏପରିକି ଦଳର କିଛି ଆଗଧାଡିର ମୁଖପାତ୍ର ଟିକଟ ନପାଇ ଏବେ ନିଜ ମୁହଁ ଲୁଚାଇ ବୁଲୁଛନ୍ତି। ଏମାନେ ସମସ୍ତେ ମିଳିତ ଭାବେ ଏବେ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅଙ୍କ ଉପରେ ରାଗ ସୁଝାଉଛନ୍ତି।

ତେବେ କଂଗ୍ରେସର ଏଭଳି ଘରକଳି କିନ୍ତୁ ବିଜେପିକୁ ବେଶ‍୍‌ ସୁହାଇଛି। କାରଣ ବିଜେପିର ନେତାମାନେ ଭଲଭାବେ ଜାଣିଛନ୍ତି ଯେ ଯଦି କଂଗ୍ରେସ ପ୍ରାର୍ଥୀମାନେ ଶକ୍ତିଶାଳୀ ହେବେ ତେବେ ସରକାର ବିରୋଧି ଭୋଟରେ ଭାଗ ବସିବେ। ସେମାନେ ନିଶ୍ଚିତ ଭାବେ ବିଜେଡି ବିରୋଧି ଭୋଟ ହାତେଇନେବେ ଓ ଏହା ବିଜେପି ପାଇଁ ଆଦୌ ଅନୁକୂଳ ହେବନାହିଁ। ତେଣୁ କଂଗ୍ରେସ ଭିତରେ କିଭଳି କନ୍ଦଳ ଜାରି ରହିବ ଓ ବିଭିନ୍ନ ଆସନରେ ସେମାନେ ଦୁର୍ବଳ ହୋଇଯିବେ ସେଥିପାଇଁ ବିଧିବଦ୍ଧ ଉଦ୍ୟମ ଚାଲିଛି। ସେହିଭଳି ଯେଉଁ କେତେକ ସ୍ଥାନରେ କଂଗ୍ରେସ ଆଡୁ ବିଜେଡି ନିଜକୁ ବିପଦ ମଣୁଛି ସେଠାରେ କଂଗ୍ରେସକୁ ଦୁର୍ବଳ ଲାଗି ଷଡଯନ୍ତ୍ର ଚାଲିଛି।

ବର୍ତ୍ତମାନ ରାଜ୍ୟ କଂଗ୍ରେସର ଅବସ୍ଥା ଯାହା ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳକୁ ତାହା ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଯିବ। ବଢି ଚାଲୁଥିବା କନ୍ଦଳ କେବଳ ବିଜେପିକୁ ଅଧିକ ଭାବେ ସୁହାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *