ଓଡ଼ିଶା ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶିତ

  • ଲାଗୁ ହେବ ପିଏମ୍‌ କିସାନ୍‌ ଏବଂ ଆୟୁଷ୍ମାନ୍‌ ଯୋଜନା
  • କୃଷି ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶାଲାଗି ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ଓଡ଼ଶାର ଦାରିଦ୍ର୍ୟର ମୂଳୋତ୍ପାଟନ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ୧୫ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଫାସି ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ। ମହିଳାମାନଙ୍କପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ।ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରାଯିବ ବୋଲି କୁହାଯାଇଛି।

୪୫ ଲକ୍ଷ ଚାଷୀଙ୍କୁ ପିଏମ୍‌ କିସାନ୍‌ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ।ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ  । ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ। ଘର ପାଣି ସଡ଼କ, ବିଜୁଳି ବ୍ୟବସ୍ଥା କରାଯିବ। ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ୩ ମାସ ମଧ୍ୟରେ ପେଶା ଆଇନ୍ ଲାଗୁ କରାଯିବ । ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଆୟୁଷ୍ମାନ୍‌ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published. Required fields are marked *