ବିଜେପିରେ ବଢ଼ୁଛି ବିଦ୍ରୋହ, କଣ୍ଣେଲ ପଣ୍ଡା ଆଣିଲେ ଅଭିଯୋଗ

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ବିଜେପିରେ ତାଙ୍କୁ ପ୍ରତାରଣା ଦିଆଯାଇଛି। ଖାଲି ତାଙ୍କୁ ନୁହେଁ ପଶ୍ଚିମାଞ୍ଚଳର ଅନେକ ନେତା ପ୍ରତାରିତ ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସୈନିକ ସେବା ପରିଷଦର ଉଭସଭାପତି ପ୍ରଭାତ ପଣ୍ଡା। ପଛଦ୍ଵାର ଦେଇ ରାଜ୍ୟରେ କ୍ଷମତା ଅକ୍ତିଆର କରିବାକୁ ଆଶା ରଖିଥିବା ଜଣେ ନେତାଙ୍କ ଯୋଗୁ ଏତେସବୁ ଅସନ୍ତୋଷ ସୃଷ୍ଟି ହେଉଛି ଏବଂ ତାଙ୍କୁ ତାଙ୍କ ସ୍ଵପ୍ନ ସାକାର କରିବାକୁ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ଓଡ଼ିଶାଟାଇମ୍‌ଡଟ୍‌କମ୍‌କୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ରାଜ୍ୟରେ ପୂର୍ବ ସୈନିକ ପରିଷଦର ସଦସ୍ୟମାନଙ୍କୁ ବିଜେପିରେ ପ୍ରତାରଣା କରାଯାଇଛି। ଅନେକ ସ୍ଥାନରେ ତାଙ୍କୁ ଟିକେଟ୍‌ ଆଶା ଦେଖାଯାଇଥିଲା। କିନ୍ତୁ ତାହାକୁ ହାଇଜ୍ୟାକ୍‌ କରାଯାଇଛି। ଯେଉଁଠାରେ ଯାହାକୁ ଟିକେଟ୍‌ ପାଇବା ଯୋଗ୍ୟ ତାହାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଦଳ ନଛାଡ଼ି ସେହି ନିର୍ଦିଷ୍ଟ ନେତାଙ୍କୁ ବିରୋଧ କରିବେ। କେନ୍ଦ୍ରୀୟ ନେତାଙ୍କୁ ତାଙ୍କ ବିରୋଧରେ ଥିବା ଅଭିଯୋଗ ତଥ୍ୟ ସହ ଉପସ୍ଥାପନ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରାୟଗଡ଼ାରେ ଭୋଟ୍‌ ବର୍ଜନ ଡାକରା

ସ୍ବାଧୀନ ପ୍ରାର୍ଥୀ ହେବେ ସୀମନ୍ତିନୀ!

ବିଜେପିରେ ଉତ୍କଳ ଭାରତ ବିଲୀନ: ଖାରବେଳ ପୁଣି ଧରିଲେ ପଦ୍ମ, ଲଢ଼ିବେ କନ୍ଧମାଳରୁ

Leave a Reply

Your email address will not be published. Required fields are marked *