କନ୍ଧମାଳ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କ ବିଜେଡିରୁ ଇସ୍ତଫା

ବିଜେଡ଼ିରୁ ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଆଉଜଣେ ବିଜେଡି ସାଂସଦ ଓ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧିବତ ଭାବେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସେହିପରି ଦଶପଲ୍ଲା ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି ।

ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଅଭିଯୋଗ କରିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଇଛି। କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ବିଧାୟକ ଅରୁଣ ସାହୁ ଓ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେଡ଼ି ସୁପ୍ରିମୋ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ହେଉଁ ମୋତେ ଟିକେଟ ମିଳିଲା ନାହିଁ।

ପ୍ରତ୍ୟୁଷା ରାଜେଶ୍ୱରୀ ଦଳ ଛାଡିବେ ବୋଲି ଆଗରୁ ଜଣାପଡିଥିଲା । ଦଳ ଛାଡିବା ନେଇ ସୂଚନା ମଧ୍ୟ ମିଳିସାରିଥିଲା । ତାଙ୍କର କେବଳ ବିଧିବଧ ଘୋଷଣା ବାକି ଥିଲା । ଗତ କାଲି ସେ କହିଥିଲେ ଦଳ ଭେଟିଛନ୍ତି ତାଙ୍କୁ ନୟାଗଡ ବିଧାନସଭା ଆସନରେ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ସେ କହିଥିଲେ ଯେ ଆସନ୍ତା ନିର୍ବାଚନରେ କୌଣସି ଦଳରେ ଟିକେଟ ନମିଳିଲେବି ପ୍ରାର୍ଥୀ ହେବେ । ଆଜି ହଠାତ ସେ ତାଙ୍କ ଇସ୍ତଫା କଥା ଘୋଷଣା କରିଛନ୍ତି । ଦଳ ସୁପ୍ରିମୋଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ ଲଗାତାର ଭାବେ ଅବହେଳା କରାଯାଇ ଆସୁଥିଲା । ଯାହାଜଣାପଡୁଛି ଯେ ସେ ବିଜେପିରେ ଯୋଗଦେଇପାରନ୍ତି । ସେଥିପାଇଁ ସେ ଆଜି ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି । ଉଲ୍ଲେଖ ଯୋଗ୍ୟ କଳାହାଣ୍ଡି ସାଂସଦ ଅର୍କ ନାରାୟଣ ସିଂହଦେଓ ମଧ୍ୟ ତାଙ୍କ ଇସ୍ତଫା ବିଜେଡି ସୁପ୍ରିମୋଙ୍କୁ ଗତ କାଲି ପଠାଇ ଦେଇଛନ୍ତି ।

ଟିକେଟ ନମିଳିବାରୁ ବିଜୁ ଜନତା ଦଳ ଛାଡ଼ିଛନ୍ତି ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାଏକ। ଆଜି ସେ ବିଜୁ ଜନତା ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେଡ଼ି ପକ୍ଷରୁ ଦଶପଲାରୁ ରମଶେଚନ୍ଦ୍ର ବେହେରାଙ୍କୁ ଟିକେଟ ଦିଆଯିବା ପରେ ପୂର୍ଣ୍ଣଚନ୍ଦ୍ର ଅସନ୍ତୁଷ୍ଟ ଥିଲେ। ଆଜି ସେ ଦଳରୁ ଇସ୍ତଫା ଦେବା ସହ ଅଭିଯୋଗ କରିଛନ୍ତି ଯେ ଦଳରେ ଦୁର୍ନୀତି ମୁକ୍ତ ପ୍ରାର୍ଥୀଙ୍କ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଅଗ୍ରାଧିକାର ଦିଆଯାଇ ଟିକେଟ ଦିଆଯାଉଛ।

ଯାହାଙ୍କୁ ଟିକେଟ ମିଳିଛି ସେ ୭କୋଟି ୩୨ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ଆସିଥିବା ଟଙ୍କାଙ୍କୁ ସେ ଆତ୍ମସାତ କରିଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଭୁଲ ଲୋକଙ୍କୁ ସେ କେବେ ସମର୍ଥନ ଦେଇପାରିବେ ବୋଲି କହି ସେ ପ୍ରତିବାଦରେ ଇସ୍ତଫା ଦେଇଥିବା କହିଛନ୍ତି । ବିଜେଡି ଏଠାରେ ରମେଶ ବେହେରାଙ୍କୁ ଏଥର ପ୍ରାର୍ଥୀ କରିଛି ।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି, ଦଳରେ ବର୍ତ୍ତମାନ ଦୁର୍ନତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ମୁଁ ମୋ ଜୀବନରେ ଭୁଲ୍ ଲୋକଙ୍କୁ କେବେ ମଧ୍ୟ ସମର୍ଥନ ଦେଇ ପାରିବି ନାହିଁ। ଏଣୁ ମୁଁ ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଉଛି। ପୂର୍ଣ୍ଣଚନ୍ଦ୍ରଙ୍କ ବାପା ସାହେବ ନାୟକ ମଧ୍ୟ ଦଶପଲ୍ଲାରୁ ବିଧାୟକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ଏଠାରୁ ଜିତିଥିଲେ।

Leave a Reply

Your email address will not be published. Required fields are marked *