ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ

ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳରେ ମହିଳାମାନଙ୍କର ଆର୍ଥୀକ ଓ ସାମାଜିକ ଉନ୍ନତି ପାଇଁ କାମ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ପ୍ରମିଳା ବିଷୋୟୀ।

ଜଣେ ସାଦାସିଧା ଘରୋଇ ମହିଳା ଆଜି ବିଜେଡି ଦଳର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଏହା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ଆସିକାରୁ ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ପରେ ଶ୍ରୀମତୀ ବିଷୋୟୀ କହିଛନ୍ତି ଯେ, : ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ। ମହିଳା ଶକ୍ତି ପାଇଁ ଅନେକ କାର୍ଯ୍ୟକ୍ରମ କରିଥିବାରୁ ନବୀନବାବୁ ତାଙ୍କୁ ବୋଧହୁଏ ମନୋନୀତ କରିଛନ୍ତି। ଓଡ଼ିଶାର ମହିଳାମାନଙ୍କ ପାଇଁ କାମ କରିଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଛି ବୋଲି ସେ କହିଛନ୍ତି।

ଏବେ ୭୦ବର୍ଷ ବୟସରେ କିପରି ନିର୍ବାଚନ ପ୍ରଚାର କରିବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ବିଶୋୟୀ କହିଛନ୍ତି, ମୋତେ କେବେ ବି କଷ୍ଟ ଲାଗେନି। ଯେ ପର୍ଯ୍ୟନ୍ତ ଗୋଡ ହାତ ଚାଲିଥିବ ସେ ପାର୍ଯ୍ୟନ୍ତ କାମ କରୁଥିବି ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଶ୍ରୀମତୀ ବିଶୋୟୀ ହିନ୍ଦର କିମ୍ୱା ଇଂରାଜୀ ଭାଷା ଜାଣିନଥିବାରୁ ସାଂସଦ ଭାବେ ନିର୍ବାଚିତ ହେଲେ ସେ ଲୋକସଭାରେ ନିଜର ମାତ୍ୟଭାଷା ଅର୍ଥାତ୍ ଓଡ଼ିଆରେ ରାଜ୍ୟର ସମସ୍ୟା ଉଠାଇବେ ବୋଲି ଦୃଢତାର ସହିତ କହିଛନ୍ତି।

Leave a Reply

Your email address will not be published. Required fields are marked *