ବିଜେପି ଫେରିବାକୁ ଖାରବେଳ ପ୍ରସ୍ତୁତ

ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଏବେ ଅନ୍ୟ ବରିଷ୍ଠ ତଥା ଟାଣୁଆ ନେତାମାନେ ବିଜେପିରେ ମିଶିବା ପାଇଁ ଧାଡ଼ି ବାନ୍ଧିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ବିଜେଡ଼ିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡ଼ା. ଦାମୋଦର ରାଉତ ମଧ୍ୟ ବିଜେପିରେ ମିଶିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଏବେ ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ମଧ୍ୟ ଦଳକୁ ପୁଣି ଥରେ ଫେରିଆସି ଲୋକସଭା ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି।

ଏବେ ଉତ୍କଳ ଭାରତ ସଭାପତି ଐରଖାରବେଳ ସ୍ୱାଇଁ ମଧ୍ୟ ବିଜେପିରେ ମିଶିବା ପାଇଁ ପ୍ରସ୍ତାବ ରଖିଛନ୍ତି। ବିଜେପି ଚାହିଁଲେ ସେ ଆସନ୍ତା ନିର୍ବାଚନରେ ପଦ୍ମଫୁଲରେ ଲଢ଼ିବେ ବୋଲି କହିଛନ୍ତି। ଖାରବଳ ଆଜି ଗଣମାଧ୍ୟମକୁ ଏ ନେଇ ତାଙ୍କ ମତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଗତଥର ଯତେବେଳେ ଆମ ସାଙ୍ଗରେ ବିଜେପିର ମେଣ୍ଟ ହେବା ନେଇ କଥା ଆସିଲା ସେତେବେଳେ ପଦ୍ମଫୁଲ ଚିହ୍ନରେ ଲଢ଼ିବା ପାଇଁ ମୁଁ ନିଜ ତରଫରୁ କହିଥିଲି। ଆଉ ଜେଟଲୀ ଓ ଚନ୍ଦନ ମିତ୍ର ୫ ବର୍ଷ ପୂର୍ବେ ନିର୍ବାଚନ ପୂର୍ବରୁ ଆଲୋଚନା ପାଇଁ ଆସିଥିଲେ। ସେ ସମୟରେ ମୁଁ ଏହି ପ୍ରସ୍ତାବ ଦେଇଥିଲି। ମୁଁ ପଦ୍ମଫୁଲ ଲଢ଼ିବାକୁ ରାଜି ଅଛି ବୋଲି କହିଥିଲି। ମୁଁ ଏପର୍ଯ୍ୟନ୍ତ ଯେଉଁ ୭ଟି ନିର୍ବାଚନ ଲଢ଼ିଛି ସେଥିରୁ ୬ଟି ନିର୍ବାଚନ ପଦ୍ମଫୁଲରୁ ଲଢ଼ିଛି । ଏହି ମିଶିବା କଥା ନେଇ ୪/୫ ଦିନ ତଳେ ଓଡ଼ିଶା ପ୍ରଭାରୀ ଅରୁସଣ ସିଂହଙ୍କ ସହ ମୁଁ କଥା ହୋଇଥିଲି। ଗତ ଥର ମଧ୍ୟ ଏଭଳି ପ୍ରସ୍ତାବ ଦେଇଥିଲି ମାତ୍ର ଏପରି ପ୍ରସ୍ତାବକୁ ନେଇ ଆଲୋଚନା ହୋଇପାରି ନ ଥିଲା।

ଏପରି କି ଖାରବେଳ କହିଛନ୍ତି ଏ ନେଇ ସେ ଗଣତାନ୍ତ୍ରିକ ସାମ୍ମୁଖ୍ୟର ବ୍ରଜ ତ୍ରିପାଠୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ବ୍ରଜବାବୁ ଓ ମୁଁ ଲୋକସଭାରେ ଲଢ଼ିବା ପାଇଁ ଆଗ୍ରହୀ ବୋଲି ଖାରବେଳ କହିଛନ୍ତି। ଖାରବେଳଙ୍କ ଏହି କଥାରୁ ସୂଚନା ମିଳୁଛି ସମତାକ୍ରାନ୍ତୀର ସଭାପତି ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ବିଜେପିରୁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଣୁ ଜଣକ ପରେ ଜଣେ ନେତା ବିଜେପି ଆଡ଼କୁ ଢ଼ଳୁଥିବା ଦେଖାଯାଉଛି।


ଏପରି କି ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ବିଜେପିରେ ସାମିଲ ହେବା ପାଇଁ ଆଗ୍ରହୀ ଥିବା କହିଛନ୍ତି। ତାଙ୍କୁ କଂଗ୍ରେସରୁ ମଧ୍ୟ ପ୍ରସ୍ତାବ ଆସିଛି। ହେଲେ ବିଜେଡିକୁ ହରାଇବା ପାଇଁ ଯିଏ କାର୍ଯ୍ୟ କରିବ ତାଙ୍କ ସହ ରହିବେ ବୋଲି ସେ କହିଛନ୍ତି।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

http://odishatime.com/tararanjan-may-be-chosen-as-balasore-mp-candidate-for-bjd/

Leave a Reply

Your email address will not be published. Required fields are marked *