ସୂଚନା କମିଶନ ପାଇଁ ଚାଲିଛି ଆଉ ଜଣେ ସବ୍‌ଜାନ୍‌ତା ଅଫିସରଙ୍କ ଖୋଜା

ଭୁବନେଶ୍ଵର, (ଓଟି): ଓଡ଼ିଶା ଶାସନ ଓ ପ୍ରଶାସନରେ ଅଫିସରଙ୍କ ଛଡ଼ା ଆଉ କେହି କିଛି ଜାଣନ୍ତି ନାହିଁ। ଏହି ଭାବନା ଆଉଥରେ ବାସ୍ତବ ହେବାକୁ ଯାଉଛି। ଏମିତି କି ଆଜିବି ତାହା ହୋଇପାରେ। କାରଣ ରାଜ୍ୟ ସରାକାର ତୃତୀୟ ରାଜ୍ୟ ସୂଚନା କମିଶନର ପଦ ପାଇଁ ଯେଉଁ ଖୋଜାଖୋଜି ପ୍ୟାନେଲ୍‌ କରିଛନ୍ତି ସେମାନଙ୍କ ତାଲିକାର ସର୍ବାଗ୍ରେ ପୁଣି କିଛି ଅବସରପ୍ରାପ୍ତ ଅଧିକାରୀଙ୍କ ନାଁ ରହିଥିବା ଜଣାପଡ଼ିଛି। ଆଉ ଏହା ଜଣେ ବିଶେଷ ଅଧିକାରୀଙ୍କ ପରାମର୍ଶକୁ ଅପେକ୍ଷା କରିଛି, ଯାହାଦ୍ଵାରା ନିଯୁକ୍ତି ଚୁଡ଼ାନ୍ତ ରୂପ ନେବ।

କାହିଁକି

୨୦୦୫ ମସିହାରୁ ସୂଚନା ଅଧିକାର ଆଇନ ଅନୁସାରେ ରାଜ୍ୟ ସୂଚନା କମିଶନଙ୍କ ପାଖରେ ଦାଖଲ ହେଉଥିବା ଅପିଲ୍‌ ଓ ମାମଲାର ବିଚାର ପାଇଁ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୨ ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ଏହି ୧୫ ବର୍ଷ ସମୟ ଭିତରେ ସରକାର କେବେ ପଦବୀ ସଂଖ୍ୟାକୁ ୩ରୁ ବଢ଼ାଇ ନାହାନ୍ତି ବରଂ ଅନେକ ସମୟରେ କମିଶନରେ ଏହି ପଦବୀ କମ୍‌ ଥିବା ପରିଲକ୍ଷିତ ହୋଇଛି। ଯଦିଓ କମିଶନରେ ୧୦ ଜଣ ସୂଚନା କମିଶନଙ୍କୁ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି ହେଲେ ରାଜ୍ୟ ସରକାର କେବେ ସେଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ଏହିଯୋଗୁ କମିଶନଙ୍କ ଦାନ୍ତ ଆଉ ଶକ୍ତ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଅଭିଯୋଗ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବୁଦ୍ଧିଜୀବୀଙ୍କ ମହଲରେ ଏଥିନେଇ ରୋଷ ଦେଖାଦେଇଛି। ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ତଥଞ ଅନୁସାରେ ରାଜ୍ୟ ସୂଚନା କମିଶନଙ୍କ ପାଖରେ ଏବେ ୯୭୬୪ ଆବେଦନ ବିଚାର ଅପେକ୍ଷାରେ ରହିଛି। ଏହାବାଦ ଯେଉଁ ଉତ୍ତର ବିଭିନ୍ନ ଆଇନର ହାତକୁ ଏଡ଼ାଇବା ପାଇଁ ପ୍ରଦାନ କରିଛନ୍ତି ତାହାକୁ ଚ୍ୟାଲେଞ୍ଜ କରି ୧୯୯୮ ମାମଲା କମିଶନଙ୍କ ପାଖରେ ବିଚାର ଅପେକ୍ଷାରେ ପଡ଼ିଛି।

ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ବାରମ୍ବାର ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଏପରି ମୁହୁୁର୍ତ୍ତରେ ରାଜ୍ୟ ସରକାର ସବୁ ରୋଷକୁ ଦୂରେଇବା ଲାଗି ଏକ ନୂଆ ପଦବୀ ସୃଷ୍ଟି ପାଇଁ ଚିନ୍ତା କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଉ ଏହି ବିଜ୍ଞପ୍ତି ଆଧାରରେ ଯେଉଁ ଆବେଦନଗୁଡ଼ିକ ମିଳିଛି ସେମାନଙ୍କ ଭିତରୁ ୫ଜଣଙ୍କୁ ଚୁଡ଼ାନ୍ତ ତାଲିକାରେ ରଖିଛନ୍ତି। ଏହି ତାଲିକା ସେଇ ବିଶେଷ ଅଧିକାରୀଙ୍କୁ ଅପେକ୍ଷା କରିଛି ଯାହାଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ପରାମର୍ଶରେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍‌ କରିବେ।

ତାଲିକାରେ କିଏ ଅଛନ୍ତି?

ତାଲିକାରେ କିଏ ଅଛନ୍ତି ତାହା ଗୋପନୀୟ। କିନ୍ତୁ ଆମକୁ ଯାହା ବିଶେଷସୂତ୍ରରୁ ଖବର ମିଳିଛି ସେଥିରେ ୫ଜଣଯାକ ହେଲେ ଅବସରପ୍ରାପ୍ତ ଅଧିକାରୀ। ଜଣେ ରେଳବାଇ ଅଧିକାରୀ ହୋଇଥିବା ବେଳେ ଅନ୍ୟ ୪ ଜଣ ପୂର୍ବତନ ଆଇଏଏସ୍‌। ଏହି ସୂଚନା ମିଳିବା ପରେ ସୂଚନା ଅଧିକାରୀ ବିଶେଷଜ୍ଞ ମହଲରେ ‘ଏ ସରକାରରେ ଅଫିସର ହିଁ ସବ୍‌ଜାନ୍‌ତା’ ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି। ଏକ ବିଶେଷଜ୍ଞ ଅନୁଷ୍ଠାନରେ ବାରମ୍ବାର ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନେଇ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ଏବେ ଯଦିଓ ତାହା ଗଣମାଧ୍ୟମରେ ପ୍ରକାଶ କରିବାକୁ ସେମାନେ ରାଜି ନୁହନ୍ତି କିନ୍ତୁ ତାହା ନାଁ ପ୍ରକାଶ ପାଇଲେ ସଂଗଠିତ ହେବ ବୋଲି ଆଶଙ୍କା କରାଯାଉଛି। ଅର୍ଥାତ୍‌ ଯେଉଁ ଆଶା ନେଇ ତୃତୀୟ କମିଶନ ପଦବୀ ସୃଷ୍ଟି ହେଲେ ତାହା ‘ଅଧା ଅଧୁରା’ ହିଁ ରହିବ।

ଗୋଦରା ପ୍ରବୃତି

ଅଫିସରଙ୍କୁ ପ୍ରାଧାନ୍ୟ ଦେବା ବା ନଦେବା ହେଉଛି ରାଜ୍ୟ ଅମଲାତନ୍ତ୍ରର ଗୋଦରା ପ୍ରବୃତ୍ତି। କାରଣ ପୂର୍ବରୁ ଏମିତି ଅଭିଯୋଗ ହେବାରୁ ରାଜ୍ୟ ସୂଚନା କମିଶନରେ ଜଣେ ସାମାଜିକ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଏବେ ପୁଣି ସେଇ ଢାଞ୍ଚାକୁ ଫେରିବାକୁ ସରକାର ସ୍ଥିର କରୁଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ନିରପେକ୍ଷ କମିଶନ ଗଠନ ପାଇଁ ଚିନ୍ତା କରୁଥିବା ସରକାର ଯେତିକି କମିଶନ ଗଠନ କରିଛନ୍ତି ସବୁଠାରେ ଏହିଭଳି ନୀତି ଦେଖିବାକୁ ମିଳିଛି। ରାଜନେତା ନହେଲେ ପ୍ରଶଶସନିକ ଅଧିକାରୀ ହିଁ ସେଠାରେ ମୁଣ୍ଡି ସାଜିଛନ୍ତି। ଅର୍ଥାତ୍‌ କମିଶନଗୁଡ଼ିକ କେବଳ ଥଇଥାନ କେନ୍ଦ୍ର ସାଜିଛନ୍ତି।

ସୂଚନା କମିଶନ ସମ୍ପର୍କିତ ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ମୁଖ୍ୟ ସୂଚନା କମିଶନର ଦୌଡରେ ଉପେନ୍ଦ୍ରନାଥ ବେହେରା, ସୁନୀଲ ମିଶ୍ର ଓ ସଞ୍ଜୟ ପଣ୍ଡା

http://odishatime.com/%e0%ac%ae%e0%ad%81%e0%ac%96%e0%ad%8d%e0%ad%9f-%e0%ac%b8%e0%ad%82%e0%ac%9a%e0%ac%a8%e0%ac%be-%e0%ac%95%e0%ac%ae%e0%ac%bf%e0%ac%b6%e0%ac%a8%e0%ac%b0-%e0%ac%a6%e0%ad%8c%e0%ac%a1%e0%ac%b0%e0%ad%87/

ନିର୍ବଚନ କମିଶନ ଓ ସୂଚନା ଆୟୋଗ ନିଯୁକ୍ତି ନିୟମ ସ୍ଥିର କରିବ ସୁପ୍ରିମକୋର୍ଟ

http://odishatime.com/supreme-court-election-commission/

କମିଶନରେଟ୍‍ ପୁଲିସରେ ଥାନା ଦୁର୍ବଳ, ପୁଲିସ ବି

http://odishatime.com/weak-infra-and-weak-police-in-bhubaneswar/

Leave a Reply

Your email address will not be published. Required fields are marked *