ଆଇଟିଇଆରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୧୯

୬ଟି ଟିମର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ସମାଜର ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୧୯ର ତୃତୀୟ ସଂସ୍କରଣ। ସାରା ଦେଶର ହଜାର ହଜାର ସଂଖ୍ୟକ ପ୍ରଯୁକ୍ତି ବିଦ୍ୟାର ଛାତ୍ରଛାତ୍ରୀମାନେ ଏହି ୩୬ ଘଣ୍ଟିଆ ଅବିରାମ ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି।

କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରଣାଳୟ, ଅଲ‌୍‍ ଇଣ୍ଡିଆ କାଉନ‌୍‍ସିଲ‌୍‍ ଫର‌୍‍ ଟେକ୍ନିକାଲ‌୍‍ ଏଜୁକେସନ‌୍‍, ଇଣ୍ଟର ଇନ‌୍‍ଷ୍ଟିୁଚ୍ୟସ‌୍‍ନାଲ‌୍‍ ଇନ‌୍‍କ୍ଲୁସିଭ‌୍‍ ଇନୋଭେସନ‌୍‍ ସେଂଟର ଏବଂ ପର‌୍‍ସିସ‌୍‍ଟେଣ୍ଟ ସିଷ୍ଟମ‌୍‍ ର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ୩୬ ଘଣ୍ଟିଆ ଅବିରାମ ପ୍ରତିଯୋଗିତାରେ ପ୍ରଥମେ ୨ ଲକ୍ଷ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ପରବର୍ତ୍ତୀ ସମୟରେ ୧୪ ହଜାର ମନୋନୀତ ହୋଇଥିଲେ। ଦେଶବ୍ୟାପୀ ୪୮ଟି ନୋଡାଲ‌୍‍ ସେଣ୍ଟରରେ ଏହି ୧୪ ହଜାର ପ୍ରତିଯୋଗି ଭାଗ ନେଉଛନ୍ତି। ୪୮ଟି ନୋଡାଲ‌୍‍ ସେଂଟର ମଧ୍ୟରୁ ଶିକ୍ଷା ଓ ଅନୁସନ୍ଧାନ (ଡିମ‌୍‍ଡ ଟୁ ବି ୟୁନିଭର୍ସିଟି) ମଧ୍ୟ ସାମିଲ‌୍‍ ରହିଛି।
ସ୍ମାର୍ଟ ଇଣ୍ଡିଆ ହାକାଥନ‌୍‍-୨୦୧୯ର ନୋଡାଲ‌୍‍ ସେଣ୍ଟର ଭାବେ ସୋଆ ମନୋନୀତ ହୋଇଥିବା ବେଳେ ଏହାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆୟୋଜନ କରିଛନ୍ତି। ସୋଆ ସେଣ୍ଟରରେ ୩୬ଟି ଟିମ‌୍‍ରେ ୨୮୮ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ଭାଗ ନେଇଛନ୍ତି।

ହାକାଥନ‌୍‍ରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଜୟପୁର ସ୍ଥିତ ଜେଇସିଆର‌୍‍ସି ୟୁନିଭର୍ସିଟିରୁ ଭିଡିଓ କନ‌୍‍ଫରେନ‌୍‍ସ ଯୋଗେ କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଉଦ‌୍‍ବୋଧନ ଦେଇଥିଲେ। ପ୍ପସବୁ ସମସ୍ୟାକୁ ଠିକ‌୍‍ ଭାବରେ ଚିନ୍ତା, ଅଧ୍ୟୟନ ଏବଂ ଆଲୋଚନା କରି ଏଭଳି ଏକ ଚିନ୍ତାଧାରା ସୃଷ୍ଟି କର ଯାହା ଦ୍ୱାରା ବର୍ତ୍ତମାନ ଆମ ଦେଶ ସାମ୍ନା କରୁଥିବା ଅନେକ ପ୍ରକୃତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ଜାଭଡେକର ପ୍ରତିଯୋଗିମାନଙ୍କୁ କହିଥିଲେ।

ଗତବର୍ଷ ୪୦ ହଜାର ପ୍ରତିଯୋଗି ଭାଗ ନେଇଥିଲେ ଏବଂ ୧୯ଟି ସମସ୍ୟାର ସମାଧାନ ହୋଇପାରିଥିଲା। ଏହାକୁ ହିଁ ନୂଆ ଭାରତ କୁହାଯାଏ। ଆମେ ନୂଆ ଜିନଷ ଉଦ୍ଭାବନ କରିପାରିବା, ସମସ୍ୟାର ସମାଧାନର ବାଟ ମଧ୍ୟ କାଢ଼ି ପାରିବା ବୋଲି କହିବା ସହ ଏହି ପ୍ରତିଯୋଗିତା ବିଶ୍ୱର ସବୁଠାରୁ ବଡ଼ ହାକାଥନ‌୍‍ ବୋଲି ଶ୍ରୀ ଜାଭଡେକର କହିଥିଲେ।

ଏହା ଡିଜିଟାଲ‌୍‍ ହାକାଥନ‌୍‍ ହୋଇଥିବା ବେଳେ ଜୁନ‌୍‍ ମାସରେ ହାର୍ଡେୱର ହାକାଥନ‌୍‍ ଆୟୋଜନ କରାଯିବ ବୋଲି ଶ୍ରୀ ଜାଭଡେକର କହିବା ସହ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ କ୍ରେଡିଟ‌୍‍ ପଏଣ୍ଟ ମଧ୍ୟ ଦିଆଯିବ ବୋଲି ଶ୍ରୀ ଜାଭଡେକର କହିଥିଲେ।

ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ଅବଦାନ ରହିଥିବା କହିବା ସହ ଶ୍ରୀ ଜାଭଡେକର ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ‌୍‍ ଗେଟ୍ସଙ୍କର ଏକ କଥାକୁ ଭିଡିଓ କନ‌୍‍ଫରେନ୍ସିଂ ସମୟରେ ମନେ ପକାଇଥିଲେ। ଥରେ ବିଲ‌୍‍ ଗେଟ‌୍‍ସଙ୍କୁ ସେ ପଚାରିଥିଲେ ଯେ ସେ କାହିଁକି ଭାରତର ଆଇଟି ଛାତ୍ରଛାତ୍ରୀମାନଙ୍କୁ ଅଧିକ ନିଯୁକ୍ତି ଦେଉଛନ୍ତି। ଏହାର ଉତର ଦେଇ ବିଲ‌୍‍ ଗେଟ୍ସ କହିଥିଲେ ଯେ ଯଦି ସେ ସେମାନଙ୍କୁ ନିଯୁକ୍ତି ନ ଦେବେ ତେବେ ଭାରତୀୟ ଛାତ୍ରଛାତ୍ରୀମାନେ ଭାରତରେ ଆଉ ଏକ ମାଇକ୍ରୋସଫ୍ଟ ନିର୍ମାଣ କରିବେ।

ଏହି ଉଦ‌୍‍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରଣାଳୟ ସଚିବ ଶ୍ରୀ ଆର‌୍‍ ସୁବ୍ରମଣ୍ୟମ‌୍‍ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ‌୍‍. ଡି. ଓହସ୍ର ବୁଧେ ମଧ୍ୟ ଜୟପୁରରେ ଉପସ୍ଥିତ ଥିଲେ।
ସେହିପରି ଉଦ‌୍‍ଘାଟନୀ କାର୍ଯ୍ୟକ୍ରମ ସମୟରେ ସୋଆ ନୋଡାଲ‌୍‍ ସେଣ୍ଟର‌୍‍ରେ ସୋଆର କୁଳପତି ପ୍ରଫେସର ଅମିତ‌୍‍ ବାନାର୍ଜୀ, ରିସର୍ଚ୍ଚ ଆଣ୍ଡ ଡେଭଲପ‌୍‍ମେଣ୍ଟ ଡିନ‌୍‍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ନିଦ୍ଦେର୍ଶକ ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

ସ୍ମାର୍ଟ ଇଣ୍ଡିଆ ହାକାଥନ‌୍‍-୨୦୧୯ର ଥିମ‌୍‍ ରହିଛି ସ୍ମାର୍ଟ କମ୍ୟୁନିକେସନ‌୍‍, ହେଲ‌୍‍ଥ କେୟାର ଏବଂ ବାୟୋମେଡିକାଲ‌୍‍ ଡିଭାଇସେସ‌୍‍, ଏଗ୍ରିକଲ‌୍ଚର‌୍‍ ଏବଂ ରୁରାଲ‌୍‍ ଡେଭଲପ‌୍‍ମେଣ୍ଟ, ସ୍ମାର୍ଟ ଭେଇକିଲ‌୍‍, ଫୁଡ ଟେକ୍ନୋଲୋଜି, ରୋବୋଟିକ୍ସ ଆଣ୍ଡ ଡ୍ରୋନ‌୍‍, େୱଷ୍ଟ ମ୍ୟାନେଜମେଣ୍ଟ, କ୍ଲିନ‌୍‍ ୱାଟର‌୍‍ , ରିନ୍ୟୁଏବଲ‌୍‍ ଏନର୍ଜି, ସିକ୍ୟୁରିଟି ଆଣ୍ଡ ସର୍ଭେଲାନ୍ସ, ହସ୍ପିଟାଲିଟି, ଫାଇନାନ୍ସିଆଲ‌୍‍ ସର୍ଭିସେସ‌୍‍, ଏଣ୍ଟରଟେନ‌୍‍ମେଣ୍ଟ, ଟୁରିଜିମ‌୍‍ ଓ ରିଟେଲ।

Leave a Reply

Your email address will not be published. Required fields are marked *