ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ୫ ଶିକ୍ଷକ ଗିରଫ;୧୧ ଜଣ କର୍ମଚାରୀ ସସ୍ପେଣ୍ଡ
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଛି। ନୂଆପଡ଼ା ଜିଲ୍ଲାର କରଙ୍ଗାମାଲ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ, ୨ ଜଣ ଇନ୍ଭିଜିଲେଟର, ଲିଟିସରି ଗୋପୀନାଥ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ ଓ କ୍ରୀଡା ଶିକ୍ଷକ ଗିରଫ ହୋଇଛନ୍ତି। ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ଟି ଜିଲ୍ଲାର ୧୧ ଜଣ କର୍ମଚାରୀ ସସ୍ପେଣ୍ଡ ହୋଇଛନ୍ତି।
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ନୂଆପଡ଼ା, କୋରାପୁଟ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାର ୧୧ ଜଣ ସୁପରିନ୍ଟେଣ୍ଡେଣ୍ଟ, ଇନ୍ଭିଜିଲେଟର, ପ୍ରଧାନଶିକ୍ଷକ ଓ କ୍ଲକ ସାମିଲ ଅଛନ୍ତି। ଜଗତସିଂହପୁର ଜଲ୍ଲାର ବାପୁଜୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ କ୍ଲର୍କ ସସ୍ପେଣ୍ଡ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଗଦିଆ ଥାନାରେ ଏତଲା ଦେଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ସୁଦର୍ଶନ ବିଦ୍ୟାଭବନ ସୁପରିନ୍ଟେଣ୍ଡେଣ୍ଟଙ୍କ ନାଁରେ ଏତଲା ହୋଇଛି। ଭାଇରାଲ ଘଟଣାରେ ସଂପୃକ୍ତ ଥିବା କିଛି ଛାତ୍ରଙ୍କୁ ମଧ୍ୟ ପରୀକ୍ଷାରୁ ବାଦ୍ଦିଆଯାଇଥିବା ଜଣାପଡ଼ିଛି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଧାରା ୧୪୪ ଜାରି କରି ଦିଆଯାଇଛି।