ବରୁଣଙ୍କ କଂଗ୍ରେସରେ ଯୋଗଦାନକୁ ରାହୁଲଙ୍କ ଅସ୍ୱୀକାର

ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ତଥା ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟ ବରୁଣ ଗାନ୍ଧୀ କଂଗ୍ରେସରେ ସାମିଲ ହେବା ପ୍ରଶ୍ନ ଉପରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତାମତ ଦେଇଛନ୍ତି। ଆଜି ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଏସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏ ସମ୍ପର୍କରେ ତାଙ୍କ ପାଖରେ କିଛି ଖବର ନାହିଁ।

ଯେତେେବେଳ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେବେଠାରୁ ବରୁଣ ଗାନ୍ଧି କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ତେବେ ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ଏସବୁ ଭିତରେ ଗତ କିଛି ଦିନ ପୂର୍ବେ ବରୁଣ ଗାନ୍ଧି ଏଭଳି କିଛି ବୟାନ ଦେଇଛନ୍ତି ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଖାସକରି ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ ମଧ୍ୟ କରିଛନ୍ତି ।

ବରୁଣ ଗାନ୍ଧୀ କଂଗ୍ରେସରେ ସାମିଲ ହେଉଛନ୍ତି ବୋଲି ଅନେକ ସମୟରେ ପ୍ରଚାର ହୋଇଥାଏ। ଏହି ଅପ୍ରଚାରକୁ ନିଜେ ବରୁଣ ଗାନ୍ଧୀ ଅସ୍ୱୀକାର କରିସାରଛନ୍ତି। ବିଜେପି ତାଙ୍କୁ ଓ ତାଙ୍କ ପରିବାରକୁ ସମ୍ମାନ ଦେଇଛି ବୋଲି ବରୁଣ କହିଛନ୍ତି।

ବରୁଣ ହେଉଛନ୍ତି ରାହୁଲଙ୍କ ଦାଦାଙ୍କ ପୁଅ ହିସାବରେ ଭାଇ। ବରୁଣ ଏବେ ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରେ ସାଂସଦ ଅଛନ୍ତି। ତାଙ୍କ ମାଆ ମେନକା ଗାନ୍ଧୀ ମୋଦି ସରକାରରେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।

Leave a Reply

Your email address will not be published. Required fields are marked *