କୃଷ୍ଣ ପାଇବେନି କଂଗ୍ରେସ ଟିକେଟ
କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସାଗରିଆଙ୍କୁ ମିଳିବନି କଂଗ୍ରେସ ଟିକେଟ। ୨୦୧୯ରେ ତାଙ୍କୁ କଂଗ୍ରେସ ଟିକେଟ ମନା ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ ସ୍ପଷ୍ଟ କରିଛନ୍ତି। କୁନ୍ଦୁଲି ପିଡିତାକୁ ନ୍ୟାୟ ନମିଳିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଉଥିଲେ। ସେ ଅଭିଯୋଗ କରିଥିଲେ ଯେ, ପିଡିତାଙ୍କୁ ନ୍ୟାୟ ଦେବାକୁ ତାଙ୍କ ଦଳ ବି ଉଦ୍ୟମ କରିନଥିଲା। ଏବେ ସେ କଂଗ୍ରେସ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହିଦୃଷ୍ଟିରୁ ତାଙ୍କୁ ୨୦୧୯ରେ କଂଗ୍ରେସ ଟିକେଟ ମିଳିବନି।
କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ଟିକେଟ୍ ମିଳିନପାରେ ବୋଲି ଆଜି ନିରଞ୍ଜନ କହିଥିଲେ। ସେ କହିଥିଲେ, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ ମିଳିବା ସମ୍ଭାବନା ଅଛି।
ନିରଂଜନ କଂଗ୍ରେସକୁ ଖତମ କରୁଛନ୍ତି: କୃଷ୍ଣ

କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ୍ ମିଳି ନପାରେ
ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି କିଛି ମନ୍ତବ୍ୟ ଦେବା ପରେ ରାଗି ପାଚି ଲାଲ ହୋଇଯାଇଛନ୍ତି ସଗରିଆ। ଏହା ସହିତ ସେ ନିରଞ୍ଜନ ବେଶ୍ କିଛି କଡ଼ା କଥା ଶୁଣାଇ ଦେଇଛନ୍ତି।
ସଗରିଆ କହିଛନ୍ତି, ନିରଞ୍ଜନ କଂଗ୍ରେସକୁ ଖତମ କରିବାକୁ ଚାହୁଁଛନ୍ତି। ଟିକେଟ ଦେବା ଓ ନ ଦେବା ନିଷ୍ପତ୍ତି ଏଆଇସିସି ନେବ। ପିସିସି ସଭାପତି କେବଳ ଟିକେଟ୍ ପାଇଁ ସୁପାରିଶ କରିବେ। ମୁଁ ସେମିତି ଦଳ ବିରୋଧୀ କାମ କିଛି କରିନି ଯେ ଟିକେଟ୍ କଟିବ। ସେ ଆହୁରି କହିଛନ୍ତି, ନିରଞ୍ଜନଙ୍କ ଏଭଳି ମନ୍ତବ୍ୟ ଦଳ ବିରୋଧୀ କାର୍ଯ୍ୟ କରୁଛି। ତାଙ୍କ ଆଚରଣ ସଂପର୍କରେ ରାହୁଲ ଗାନ୍ଧିଙ୍କୁ ଜଣାଇବି। ସୌମ୍ୟ (ସୌମ୍ୟରଞ୍ଜନ ପଟ୍ଟନାୟକ)ଙ୍କ ସହ ମିଶି ନିରଞ୍ଜନ କଂଗ୍ରେସକୁ ଖତମ କରୁଛନ୍ତି।