ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମାର୍ପିଟ ହୋଇଥିଲା। ଏଥିରେ ପୋଡ଼ାଜଳା ହେବା ସହିତ କିଛି ପୁଲିସ ଅଫିସର ଆହତ ମଧ୍ୟ ହୋଇଥିଲେ। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇିଛି। ଏମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।
ପୁଲିସର ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୬ଟା ବେଳେ ଶୋଭାଯାତ୍ରା ସମୟରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟେକା ପଥର ମାଡ଼ କରିଥିଲେ। ତା ସହିତ ଗାଡ଼ି ପୋଡ଼ି ଦେଇଥିଲେ। ହିଂସାରେ ପୁଲିସକର୍ମୀମାନେ ଆହତ ହେବା ପରେ ବହୁ ସଂଖ୍ୟାର ପୁଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ହିଂସା ପରେ ତୁରନ୍ତ ପୁଲିସ ମାମଲାର ତଦନ୍ତ କରିଥିଲା। ୯ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ସହିତ ସେମାନଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ହିଂସାରେ ମୋଟ ୯ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ପୁଲିସ ରହିଥିବା ବେଳେ ଜଣେ ସ୍ଥାନୀୟ ଲୋକେ ରହିଛନ୍ତି। ଆହତମାନଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।