ଆଜି ଆରୋଗ୍ୟ ହେଲେ ୮୫୪୧ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୫୪୧ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪, ୪୭, ୮୬୩କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮୩ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୭୪୫ ଏବଂ କଟକରୁ ୫୮୦ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ପୁରୀରୁ ୫୩୦, ଝାରସୁଗୁଡାରୁ ୪୩୯, ବରଗଡରୁ ୪୩୮, ସମ୍ବଲପୁରରୁ ୪୧୪, ନବରଙ୍ଗପୁରରୁ ୩୯୯, ଅନୁଗୋଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡାରୁ ୨୬୬, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୬୬, କଳାହାଣ୍ଡିରୁ ୧୯୩, ନୟାଗଡରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗୀରରୁ ୧୫୯, ରାୟଗଡରୁ ୧୫୬, ବାଲେଶ୍ଵରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦, ସୋନପୁରରୁ ୧୦୩, ଦେବଗଡରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡାରୁ ୭୦, କନ୍ଧମାଳରୁ ୫୧, ମାଲକାନଗିରିରୁ ୫୧ ଓ ଢେଙ୍କାନାଳରୁ ୩୨ ଆକ୍ରାନ୍ତ ସୁସ୍ଥ ହୋଇ  ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *