ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଖମ୍ବରେ ମାଡ଼ ହୋଇ ଚୁରମାର ହୋଇଗଲା ଅଡି କାର୍, ସମସ୍ତ ୭ ଜଣ ମୃତ

ବେଙ୍ଗାଲୁରୁ, (ଓଡିଶା ଟାଇମ୍): ଭୟଙ୍କର ଦୁର୍ଘଟଣା । ଖୁଣ୍ଟରେ ପିଟିହେଲା କାର୍ ।ଜୀବନ ହାରିଲେ ୭ ସଦସ୍ୟ । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ ।

ସୂଚନାନୁସାରେ, ମଙ୍ଗଳବାର ସକାଳେ ଏକ ବେଙ୍ଗାଲୁରୁର ଏକ କାର୍ କେଉଁ ଆଡେ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା କାରଟି ଏକ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ମୃତଦେହଗୁଡିକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି ।  କିନ୍ତୁ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *