ଚିତ୍ରକୋଣ୍ଡା ଥାନାର ୬ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
ଚିତ୍ରକୋଣ୍ଡା, (ଓଡିଶା ଟାଇମ୍) : କରୋନା ଯୋଦ୍ଧା ସଂକ୍ରମିତ । ଚିତ୍ରକୋଣ୍ଡା ଥାନାର ୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଚିତ୍ରକୋଣ୍ଡା ଥାନା ସହ ଚିତ୍ରକୋଣ୍ଡା ଦୈନିକ ବଜାର ଓ ଚିତ୍ରକୋଣ୍ଡା ସରକାରୀ କଲୋନୀକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ ଅଧିକାରୀ । ବିଇଓ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ଚିତ୍ରକୋଣ୍ଡା ଥାନାର କାମ ଚାଲୁ ରହିବ ।
ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ ଏସଆଇ, ଜଣେ ଏଏସଆଇ, ଜଣେ ଚାକଳ, ଜଣେ କନେଷ୍ଟବଳ, ଜଣେ ହୋମଗାର୍ଡ଼ ଅଛନ୍ତି। ସମସ୍ତ ସଂକ୍ରମିତଙ୍କୁ ମାଲକାନଗିରି କୋଭିଡ଼ ହସ୍ପିଟାଲକୁ ପଠାଯାଇଛି। ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି। ଏହାସହ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚିତ୍ରକୋଣ୍ଡା ଥାନାକୁ ସିଲ୍ କରି କଟେମେଟ ଜୋନ ଭାବେ ଘୋଷଣା କରିଛନ୍ତି। ଏହାସହ କଟକଣା ମଧ୍ୟ ଜୋରଦାର କରିଛନ୍ତି। ଚିତ୍ରକୋଣ୍ଡାକୁ ପରିଚାଳନା ପାଇଁ ମାଲକାନଗିରି ପିଏ ଆଇଟିଡ଼ିଏ କ୍ଷିରାବ୍ଧୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି।