ଆଜିଠୁ ୫ଦିନ ପାଇଁ ସଟଡ଼ାଉନ ଭୁବନ

ଢେଙ୍କାନାଳ, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଅନେକ ପଦକ୍ଷପ ନେଉଛନ୍ତି । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୯ ଥିବାବେଳେ ସେଥିମଧ୍ୟରୁ ଭୁବନରୁ ୬ ଜଣ ରହିଛନ୍ତି । କିନ୍ତୁ ରବିବାର ଗୋଟିଏ ଦିନରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଚିନ୍ତାରେ ଭୁବନବାସୀ ।

ଅମାନିଆଙ୍କ ପ୍ରତି କୌଣସି ପଦକ୍ଷେପ ନେଉନାହିଁ ପ୍ରଶାସନ । ସମସ୍ତ ଦୋକାନବଜାର ଖୋଲାରହିବା ସହିତ କୌଣସି ସମାଜିକ ଦୂରତା ରହୁନଥିବା ଚିନ୍ତାର ବିଷୟ ପଲଟିଥିଲା । ଫଳରେ ଭୁବନ NAC କାର୍ଯ୍ୟ ନିର୍ବାହୀଅଧିକାରୀ ପ୍ରମୋଦ କୁମାର ବରାଳ ସୋମବାର ଦିନ ଦୁଇଟା ପରେ ୫ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଅମାନିଆଙ୍କ ପ୍ରତି ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *