କଟକ ସହରରୁ ପୁଣି ୫୩ କରୋନା ପଜିଟିଭ୍ ଚିହ୍ନଟ
କଟକ, (ଓଡିଶା ଟାଇମ୍) :କଟକ ସହରରୁ ଆଜି ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୩ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୮ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।
ସ୍ଥାନୀୟ ସଂକ୍ରମିତ ହେଲେ ଫ୍ରେଣ୍ଡସ୍ କଲୋନୀର ୨୮ ବର୍ଷୀୟ ଯୁବକ, ରାଜା ବଗିଚାର ୩୭ ବର୍ଷୀୟ କରୋନା ଯୋଦ୍ଧା, ବାମ୍ଫି ସାହିର ୬୧ ବର୍ଷୀୟ ବୃଦ୍ଧ, କନିକା ଛକର ୩୩ ବର୍ଷୀୟ ଯୁବକ, ଦରଘା ବଜାରର ୫୫ ବର୍ଷୀୟା ମହିଳା, ମହତାବ ନଗରର ୪୮ ବର୍ଷୀୟ କରୋନା ଯୋଦ୍ଧା, ମଧୂପାଟମାର ୫୨ ବର୍ଷୀୟ ବ୍ୟକ୍ତି, ସିଡିଏ ସେକ୍ଟର ୧୦ର ୫୩ ବର୍ଷୀୟ ବ୍ୟକ୍ତି, ସେକ୍ଟର ୭ର ୩୭ ବର୍ଷୀୟ କରୋନା ଯୋଦ୍ଧା ଓ ସେହେବଜାଦା ବଜାରର ୫୫ ବର୍ଷୀୟ ବ୍ୟକ୍ତି ।
ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୧୫୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୪୫୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୮ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୮୦ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।