ଥରେ ଚାର୍ଜ କଲେ ୫୦ଦିନ ଚାଲିବ ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ଆହୁରି କିଛି ବିଶେଷତା

ପ୍ରତ୍ୟେକ ସ୍ମାର୍ଟଫୋନ୍ କମ୍ପାନୀ ନିଜ ଉତ୍ପାଦକୁ ଅନ୍ୟ କମ୍ପାନୀଠାରୁ ଉକୃଷ୍ଟ ବୋଲି ପ୍ରମାଣିତ କରିବା ପାଇଁ କିଛି ନା କିଛି ନୂଆ ଫିଚର୍ ସହିତ ମାର୍କେଟ୍କୁ ଛାଡ଼ୁଛନ୍ତି । ଏହି ଧାରାରେ ଏବେ ବଜାରକୁ ଖୁବ୍ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ୍ ଆସିବ, ଯେଉଁଥିରେ ୧୮.୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି । ଏହାକୁ ଥରେ ଚାର୍ଜ କରିବା ପରେ ୫୦ ଦିନ ଆପଣ ତାହାକୁ ବ୍ୟବହାର କରିପାରିବେ । ସୂଚନା ଅନୁଯାୟୀ ଫ୍ରାନ୍ସର ଏବନିର ଟେଲିକମ୍ ନିଜର ଏନର୍ଜାଇଜର୍ ବ୍ରାଣ୍ଡ୍ ଅନ୍ତର୍ଗତ ଏନରର୍ଜାଇଜର ପାୱାର୍ ମାକ୍ସ ପି୧୮କେ ପପ୍ ସ୍ମାର୍ଟଫୋନ୍ ଲଂଚ୍ କରିବାକୁ ଯାଉଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ – ପାୱାର୍ଫୁଲ୍ ବ୍ୟାଟେରି ସହିତ ଏଥିରେ ଡ୍ୟୁଲ୍ ପପ୍ଅପ୍ ସେଲ୍ଫି କ୍ୟାମେରା ଓ ଟ୍ରିପଲ୍ ରିୟର୍ କ୍ୟାମେରା ରହିଛି । ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ରେ ମିଡିଆଟେକ୍ ହିଲିଓ ପି୭୦ ପ୍ରୋସେରର୍, ୬ଜିବି ର‌୍ୟାମ୍, ୧୨୮ ଜିବି ଇଣ୍ଟର୍ନାଲ୍ ଷ୍ଟୋରେଜ୍ ଓ ୬.୨ ଇଞ୍ଚ୍ ର ଏଚ୍ଡି ସ୍କ୍ରୀନ୍ ରହିଛି । ଫଟୋଗ୍ରାଫିର ସଉକ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସ୍ମାର୍ଟଫୋନ୍ରେ ଅନେକ ଫିଚର୍ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଏଥିରେ ମୋଟ ୫ଟି କ୍ୟାମେରା ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛଇ ଯେ ଏହି ଫୋନ୍ର ୟୁଜର୍ସ ୯୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର କଲ୍ କରିବା ସହ ୧୦୦ ଘଣ୍ଟା ମ୍ୟୁଜିକ୍ ଶୁଣିପାରିବେ । ଷ୍ଟା୍ଣ୍ଡ୍ବାଏ ମୋଡ୍ରେ ୫୦ ଦିନ ପର୍ଯ୍ୟନ୍ତ ବ୍ୟାକ୍ଅପ୍ ହେଉଥିବା ଏହି ସ୍ମାର୍ଟଫୋନ୍ରେ ଲଗାତାର ୨ଦିନ ପର୍ଯ୍ୟନ୍ତ ଭିଡିଓ ଦେଖିହେବ । ଚଳିତବର୍ଷ ସ୍ପେନ୍ରେ ଆୟୋଜିତ ହେବାକୁ ଥିବା ‘ମୋବାଇଲ୍ ୱାଲର୍ଡ଼’ ଉତ୍ସବରେ ଏହା ପ୍ରଦର୍ଶିତ ହେବ ।

http://odishatime.com/incal2019/

Leave a Reply

Your email address will not be published. Required fields are marked *