ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ଏକାଥରରେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୯୩ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୨ ଜଣ , ବାଲେଶ୍ୱର ୧୫, ଭଦ୍ରକର ୫, ଯାଜପୁରର ୩, ବୌଦ୍ଧ ୩ , ମୟୂରଭଞ୍ଜର ଓ ରାଉରକେଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୦୩ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ରାଜ୍ୟରେ ୭୦୩ ଆକ୍ଟିଭ କେସ ରହିଛି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *