ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍) :ବେଆଇନ ଗିରଫ ପରେ ଜୀବିତ ପୁଅକୁ ମୃତ ଦେଖାଇବା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏନେଇ ରାଜ୍ୟ ମାନବାଧିକାର କମିଶନ ଜରିମାନା କରିଛନ୍ତି।

୨୦୧୬ମସିହାରେ ପାଇକମାଳ ଥାନାରେ ଘଟିଥିଲା ଏହି ଘଟଣା। ପୁଅ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ତଦନ୍ତ କରୁଥିବା ପୋଲିସ୍ ନିଖୋଜ ଥିବା ପୁଅକୁ ମୃତ ଘୋଷଣା କରିଥିଲା।କିନ୍ତୁ ୨ ବର୍ଷ ପରେ ପୁଅ ଫେରିବା ପରେ ମାନବାଧିକାର କମିଶନଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଥିଲା। ଜରିମାନା ଟଙ୍କା ପୀଡିତଙ୍କ ପରିବାରକୁ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ହୋଇଛି।

Leave a Reply

Your email address will not be published. Required fields are marked *