ବଡ଼ ଧରଣର ଆତଙ୍କୀ ହମଲା: ୫ ଯବାନ ସହିଦ

ରଜୌରୀ,(ଓଡିଶାଟାଇମ୍) : ପୁଣିଥରେ ବଡ଼ଧରରଣ ହମଲାରେ ଥରି ଉଠିଛି ଜମ୍ମୁ-କଶ୍ମୀର। ଆଜି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି। ଏବେ ବି ସେଠାରେ ଗୁଳି ବିନିୟମ ଜାରି ରହିଥିବା ଖବର ମିଳିଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ହମଲା ବେଳେ କେତେ ଜଣ ଯବାନ ଥିଲେ ସେ କଥା ମଧ୍ୟ ସ୍ପଷ୍ଟ ହୋଇନି l

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋରା ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ। ଏଥିସହ ପୁଞ୍ଚରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ପୁଞ୍ଚର ସୁରାନକୋଟେ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଅନୁପ୍ରବେଶ କରି ଛପି ରହିଥିବା ଖବର ମିଳିଥିଲା।

ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ତେବେ କର୍ଡନ ପ୍ରକ୍ରିୟା ଚାଲିଥିବା ବେଳେ ସେଠାରେ ଛପି ରହିଥିବା ୪ରୁ ୫ ଜଣ ଆତଙ୍କବାଦୀ ହଠାତ୍‌ ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *