ଖୋଲିଲା ହୀରାକୁଦର ୩୬ ଗେଟ
ସମ୍ବଲପୁର , (ଓଡିଶା ଟାଇମ୍) : ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଏବେ ହୀରାକୁଦ ନ୍ୟା ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା ।
ଏହାପରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା । ଫଳରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ଏହାପରେ ୩ ଥରରେ ୧୨ଟି ଗେଟ୍ ଖୋଲା ହୋଇଛି । ବର୍ତ୍ତମାନ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ । ହୀରାକୁଦରୁ ୧୧୫ କିଲୋମିଟର ଦୂରରେ ରହିଛି ଖଇରମାଲ । ଏଠାରେ ହୀରାକୁଦ ଜଳ ପହଞ୍ଚିବା ପାଇଁ ଲାଗିଥାଏ ୧୨ରୁ ୧୮ ଘଣ୍ଟା । ଖଇରମାଳରୁ ବରମୂଳ ୧୦୬ କିମି ଦୂରତାକୁ ୧୨ରୁ ୧୬ ଘଣ୍ଡା ଏବଂ ବରମୂଳରୁ ମୁଣ୍ଡଳିରେ ପାଣି ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ ।