ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍କା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତର ପୂର୍ବୋତ୍ତର ରାଜ୍ୟରେ ଗତ କିଛି ଦିନ ହେବ ଲଗାତର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସମୟରେ ସୋମବାର ସକାଳୁ ସକାଳୁ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକ ଅନୁଭୂତ ହୋଇଛି । ଇଟାନଗରରେ ସକାଳ ୬ଟା ୯ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩ ରହିଛି । ଯଦିଓ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।
ଏହା ପୂର୍ବରୁ ଅରୁଣାଞ୍ଚଳ ପ୍ରଦେଶର ପାଙ୍ଗିନରେ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୨ମିନିଟ୍ ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରହିଥିଲା । ଏହାସହ ଶନିବାର ବିଳମ୍ବିତ ରାତିରେ ମଣିପୁର ଶିରୁଇ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିଲା । ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହେବାର ସୂଚନା ନଥିଲା ।
ଏହା ପୂର୍ବରୁ ଆସାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପୂର୍ବୋତ୍ତର ଭାରତରେ ୨୪ ଘଣ୍ଟା ମଧ୍ୟରେ ୫ମ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।