ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ରାଜ୍ୟରେ ୭୨ ପ୍ରତିଶତ ମତଦାନ

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭାରେ ୭୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ଆଜି ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି।  ପ୍ରଥମ ପର୍ଯ୍ୟାୟ ତୂଳନାରେ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ହାର ହ୍ରାସ ପାଇଛି। ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି।

ଏଥିରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗୀର ୭୪.୩୩ ପ୍ରତିଶତ, ବଲାଙ୍ଗୀରରେ ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସ୍କାରେ ୬୫.୮୯ ପ୍ରତିଶତ ହୋଇଛି। 

ରାଜ୍ୟରେ କାଁ ଭାଁ ଅଘଟଣକୁ ଛାଡିଦେଲେ ବାକି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ତେବେ ମୋଟ୍‌ ୯ ହଜାର ୧୧୭ ବୁଥରେ ମତଦାନ ହେବାର ଥିବା ବେଳେ ୬ଟି ବୁଥରେ ଭୋଟ ଗ୍ରହଣ ହୋଇପାରିନାହିଁ । ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର ବୁଥ୍‌, ବଣାଇର ୧୨୯, ଦଶପଲ୍ଲା ବିଧାନସଭାର ୨୧୦ ନମ୍ବର ବୁଥ୍‌ ଓ ୨୨୨ ନମ୍ବର ବୁଥ୍‌, ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ୬୮ ବୁଥ୍‌, ଅତାବିରାର ୨୩୫ ନମ୍ବର ସାନି ମତଦାନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନର କ୍ରସ ପେୟାରିଂ ଯୋଗୁଁ ଏହି ସବୁ ବୁଥରେ ଭୋଟିଂ ସଠିକ୍‌ ପ୍ରକ୍ରିୟାରେ ହୋଇପାରି ନଥିଲା । ବିଭିନ୍ନ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା ବଲାଙ୍ଗୀରର ୩ଟି ଗ୍ରାମବାସୀ ମତଦାନ ବର୍ଜନ କରିଥିଲେ।

ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କଳିକେଶ ନାରାୟଣ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଐରଖାରବେଳ ସ୍ଵାଇଁଙ୍କ ସହିତ ଅନେକ ବଡ଼ ବଡ଼ ହେବିଓ୍ଵେଟ୍ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି।

ମଇଦାନରେ ଥିଲେ ୨୭୯ ପ୍ରାର୍ଥୀ 

୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ରହିଥିଲେ । ସେହିପରି ୩୫ ଜଣ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ମୋଟ ୭୬ ଲକ୍ଷ ୯୩ ହଜାର  ୧୨୩ ଜଣ ମତଦାତା ରହିଥିଲେ। । ସେଥିମଧ୍ୟରୁ ୩୯ ଲକ୍ଷ ୪୫ ହଜାର ୨୫ ଜଣ ପୁରୁଷ, ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଓ ୬୦୫ ଜଣ ତୃତୀୟ ଲିଙ୍ଗ ମତଦାତା ଥିଲେ । ସେହି ପିରି ଏକ ଲକ୍ଷ ୮ ଜହାର ୪୫୮ ଜଣ ଭିନ୍ନକ୍ଷମ ଭୋଟର୍‌ ଥିଲେ। 

ହଜାର ୧୧୭ ଟି ବୁଥରେ ଭୋଟ୍ ଗ୍ରହଣ 

ଦ୍ଵିତୀୟ ପର୍ଯ୍ୟାୟରେ ୯ ହଜାର ୧୧୭ ଟି ବୁଥରେ ଭୋଟ୍ ଗ୍ରହଣ  ହୋଇଛି। ଏଥିରେ ପୋଲିଂ ଅଫିସରଙ୍କୁ ସାହାଯ୍ୟ କରିବାକୁ ୧୭ ହଜାର ୮୮୨ ଜଣ ଭଲ୍ୟୁଣ୍ଟର୍‌ଙ୍କୁ ନିଯୁକ୍ତ କରାଯାଇଥିଲେ। ଅନ୍ୟପକ୍ଷରେ ୯ ହଜାର ୧୧୭ ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୩,୭୦୧ ସମ୍ବେଦନଶୀଳ ବୁଥ ରହିଥିଲା । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୭୩୯ଟି ବୁଥରେ ସିଏପିଏଫ୍‌ ଫୋର୍ସ ନିୟୋଜତି କରାଯାଇଥିଲା। ବିଭିନ୍ନ ବୁଥରେ ୬୨୩ଟି ସିସିଟିଭି କ୍ୟାମେରା ଲଗାଯିବା ସହିତ ୮୫୨ ଜଣ ମାଇକ୍ରୋ ଅବ୍‌ସର୍ଭର୍‌ ନିଯୁକ୍ତ ହୋଇଥିଲେ । ସେହିପରି ୩୩୧ ବୁଥରେ ଭିଡ଼ିଓଗ୍ରାଫି ଓ ୨୫ ଟି ବୁଥରେ ଫୋଟୋଗ୍ରାଫି କରାଯାଇଥିଲା।

ସେହିପରି ଦୁଇଟି ବୁଥରେ ସାନି ନିର୍ବାଚନ ମଧ୍ୟ ହୋଇଛି । ମାଲକାନଗିରି ଏମ୍‌ପିଭି-୬୫ର ୨୫୪ ନମ୍ବର ବୁଥ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬୩ ନମ୍ବର ବୁତରେ ପୁନଃ ମତଦାନ ସଂପନ୍ନ ହୋଇଛି।

ହେବିଓ୍ଵେଟଙ୍କ ମଧ୍ୟରେ ଟକ୍କର 

ଅପରପକ୍ଷରେ ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍‌ଙ୍କ ମଧ୍ୟରେ ଟକ୍କର ହେବ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ (ବିଜେପି), ପ୍ରମିଳା ବିଷୋୟୀ (ବିଜେଡି) ଓ ରାମକୃଷ୍ଣ ପଣ୍ଡା (ସିପିଆଇ) ମଧ୍ୟରେ ଯୋରଦାର ଲଢେଇ ହେବ । କେବଳ ସେତିକି ନୁହେଁ ଏହି ଲୋକସଭା ଆସନ ଅନ୍ତର୍ଗତ ହିଂଜିଳି ବିଧାନସଭା କ୍ଷେତ୍ରରେ ଖୋଦ୍ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେହିପରି ବଲାଙ୍ଗୀର ଲୋକସଭା ଆସନରେ ମଧ୍ୟ ସଙ୍ଗୀତା କୁମାରୀ ସିଂହଦେଓ (ବିଜେପି) ,କଳିକେଶ ସିଂହଦେଓ (ବିଜେଡି) ଓ ସମରେନ୍ଦ୍ର ମିଶ୍ର (କଂଗ୍ରେସ) ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ପ୍ରମୁଖ ଚେହେରା ରହିଥିବା ବେଳେ ବରଗଡରେ ସୁରେଶ ପୂଜାରୀ (ବିଜେପି) , ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି) ଓ ପ୍ରଦୀପ ଦେବତା (କଂଗ୍ରେସ)ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

କନ୍ଧମାଳରେ ଐର ଖାରବେଳ ସ୍ୱାଇଁ (ବିଜେପି) , ମନୋଜ କୁମାର ଆଚାର୍ଯ୍ୟ (କଂଗ୍ରେସ) ଓ ଅଚ୍ୟୁତାନନ୍ଦ ସାମନ୍ତ (ବିଜେଡି) ଏବଂ ସୁନ୍ଦରଗଡ ଲୋକସଭା ଆସନରେ ଜୁଏଲ ଓରାମ (ବିଜେପି),ଜର୍ଜ ର୍ତିକୀ (କଂଗ୍ରେସ) ଓ ସୁନିତା ବିଶ୍ୱ।।ଳ (ବିଜେଡି) ପ୍ରମୁଖଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *