ବୌଦ୍ଧ ଜିଲ୍ଲାରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ପୁରୀକୁ ଫେରିଲା କୋଭିଡ୍‌୧୯

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଆଉ ଏକ ଜିଲ୍ଲା ଭାବେ ବୌଦ୍ଧକୁ ଛୁଇଁଛି କରୋନା ଆତଙ୍କ। ଏଠାରେ ଏକାସଙ୍ଗେ    ତିନିଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟରେ କରୋନା ଚିହ୍ନଟ ହୋଇଥିବା ଜିଲ୍ଲା ସଂଖ୍ୟା ୨୧ ହୋଇଛି।  ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୧୨ ଘଣ୍ଟା ଭିତରେ ୨୫ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।   ଫଳରେ ସମୁଦାୟ ଆକ୍ରାନ୍ତଙ୍କ  ସଂଖ୍ୟା ୩୭୭ରେ ପହଞ୍ଚିଛି। ସକାଳ ୭ଟା ବେଳେ ଏହା ୩୫୨ ଥିଲା।  ସେମାନଙ୍କ ଭିତରୁ ୩୦୬ଜଣ ରୋଗୀ ଏବେ ସକ୍ରିୟ ରହି ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏଇ ୧୨ ଘଣ୍ଟା ଭିତରେ ପୁରୀକୁ କରୋନା ଫେରିଛି। ପୁରୀରେ ଯେଉଁ ରୋଗୀ କରୋନା ଆକ୍ରାନ୍ତ ଥିଲେ ସେ ସୁସ୍ଥ ହୋଇ ଫେରିଥିଲେ। ଏବେ ଆଉ ଦୁଇଜଣଙ୍କୁ ଚିହ୍ନଟ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଫଳରେ ପୁରୀରେ ସମୁଦାୟ କରୋନା ଚିହ୍ନିତଙ୍କ ସଂଖ୍ୟା ୩ ହୋଇଛି। ଏବେ ୨ ଜଣ ରୋଗୀ ସକ୍ରିୟ ଅଛନ୍ତି।

ରାଜ୍ୟରେ ସବୁଠାରୁ ଆଗରେ ରହିଛି ଗଞ୍ଜାମ ଜିଲ୍ଲା।  ଗଲା ୧୨ ଘଣ୍ଟା ଭିତରେ ଏଠାରେ ୭ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଫଳରେ   ସମୁଦାୟ ରୋଗୀ ସଂଖ୍ୟା ୧୨୫ ରହିଛି। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୪ଜଣ ରୋଗୀ ସକ୍ରିୟ ରହିଛନ୍ତି। ଏହା ଏବେ ରାଜ୍ୟର କରୋନା ହଟ୍‌ସ୍ପଟ ହୋଇଛି। ଏହି ପଜିଟିଭ୍‌ଙ୍କ ସଂଖଆ ସୁରାଟ୍‌ ଫେରନ୍ତାଙ୍କ ଭିତରୁ ହିଁ ଆସୁଛନ୍ତି। ସେମାନଙ୍କୁ ଏବେ ଅସ୍ଥାାୟୀ ଶିବିରରେ ରଖାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଗଞ୍ଜାମ ପରେ ଅନୁଗୁଳ ଏବେ ନୂଆ ହଟ୍‌ସ୍ପଟ ହେବାକୁ ଯାଉଛି। ଗତକାଲି ଏଠାରେ ୧୩ଜଣଙ୍କୁ କରୋନା ପଜିଟିଭ୍‌ ବୋଲି କୁହାଯାଇଥିଲା। ଆଜି ସେହି ସଂଖ୍ୟାରେ ଆଉ ଦୁଇଜଣ ଯୋଡ଼ି ହୋଇଛନ୍ତି। ଫଳରେ ସମୁଦାୟ ସଂଖ୍ୟା ୧୫ ହୋଇଛି।

ଗଞ୍ଜାମ ପଛକୁ ଯାଜପୁର ଜିଲ୍ଲା ରହିଛ। ପୂର୍ବରୁ କୋଲକତା ଫେରନ୍ତାଙ୍କ ଦ୍ଵାରା ଏଠାରେ ସଠଖ୍ୟା ବଢ଼ି ଚାଲିଥିଲା। ଏବେ କିଛିଦିନ ସ୍ଥିର ରହିବା ବେଳେ ଆଜି ପୁଣି ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଏଠାରେ ସମୁଦାୟ ଚିହ୍ନିତଙ୍କ ସଂଖ୍ରା ୬୦ ହୋଇଛି। ସେମାନଙ୍କ ଭିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ପୂର୍ବରୁ କରୋନା ହଟ୍‌ସ୍ପଟ ହୋଇଥିଲା। ଏବେ ଏଠାରେ କରୋନା ସଂକ୍ରମଣକୁ ରୋକାଯାଇପାରିଛି। ଏଠାରେ ସମୁଦାୟ ୫୦ଜଣ ରୋଗୀଙ୍କୁ ଏଠାରୁ ଚିହ୍ନିତ କରାଯାଇଥିବା ବେଳେ ଏବେ ୧୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ୩୨ଜଣ ସୁସ୍ଥ ହୋଇ ଘରକୁ  ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ଭଦ୍ରକରେ ଏବେ ସୁଦ୍ଧା ୩୧ଜଣ, ଅନୁଗୁଳରେ ୧୫ଜଣ, ସୁନ୍ଦରଗଡ଼ରେ ୧୩ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ବେଳେ ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ାରେ ୮ଜଣ ଲେଖାଏଁ, ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଜଗତସିଂହପୁରରେ ଚେିହ୍ନିତ କରୋନା ପଜିଟିଭ୍‌ଙ୍କ ସଂଖଆ ୫ ଥିବା ବେଳେ ପୁରୀ ଓ ବୌଦ୍ଧ ଜିଲତ୍ଲାରେ ତିନିଜଣ ଲେଖାଏଁ କରୋନା ପଜିଟିଭ୍‌ ରହିଛନ୍ତି।

କେନ୍ଦୁଝର, କଳାହାଣ୍ଡି, ଝାରସୁଗୁଡ଼ା, କଟକ, ବଲାଙ୍ଗୀର ରେ ଦୁଇଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ବେଳେ କୋରାପୁଟ, ଢେଙ୍କାନାଳ ଓ ଦେବଗଡ଼ରେ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ପୁଣି କଳାହାଣ୍ଡି ଓ ଢେଙ୍କାନାଳରେ କେହି ଚିହ୍ନିତ କରୋନା ରୋଗୀ ଏବେ ଚିକିତ୍ସାଧୀନ ନାହାନ୍ତି। ଏମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ କରୋନା ସ୍ଥିତି କ’ଣ ରହିଛି।  ସାରଣୀ ଡାଉନ୍‌ଲୋଡ୍‌ କରିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 125 0 124 1
ଯାଜପୁର 60 2 58 0
ଖୋର୍ଦ୍ଧା 50 32 16 2
ବାଲେଶ୍ଵର 42 9 33 0
ଭଦ୍ରକ 31 12 19 0
ଅନୁଗୁଳ 15 0 15 0
ସୁନ୍ଦରଗଡ଼ 13 6 7 0
ମୟୁରଭଞ୍ଜ 8 0 8 0
କେନ୍ଦ୍ରାପଡ଼ା 8 2 6 0
ଜଗତସିଂହପୁର 5 0 5 0
ପୁରୀ 3 1 2 0
ବୌଦ୍ଧ 3 0 3 0
କେନ୍ଦୁଝର 2 0 2 0
କଳାହାଣ୍ଡି 2 2 0 0
ଝାରସୁଗୁଡ଼ା 2 0 2 0
କଟକ 2 1 1 0
ବଲାଙ୍ଗୀର 2 0 2 0
ନୟାଗଡ଼ 1 0 1 0
କୋରାପୁଟ 1 0 1 0
ଢେଙ୍କାନାଳ 1 1 0 0
ଦେବଗଡ଼ 1 0 1 0

Leave a Reply

Your email address will not be published. Required fields are marked *