ସେଦିନ ନକ୍ସଲ, ଆଜି ଆଦର୍ଶ: ୩ ବର୍ଷ ପରେ କେମିତି ରହିଛି ଜଙ୍ଗଲରେ ହୋଇଥିବା ସେହି ବହୁ ଚର୍ଚିତ ପ୍ରେମ କାହାଣୀ

ରଘୁ ଓ ରାଧା। ଏବେ ମାଲକାନଗିରି ସହରରେ ରହୁଛନ୍ତି, ସାଧାରଣ ଜୀବନ ଜୀଉଁଛନ୍ତି। ପାର୍କରେ ସିକ୍ୟୁରିଟି ଗାର୍ଡ ଭାବେ ସେମାନେ ମୁତ୍ତୟନ। ଏ ଭିତରେ ତାଙ୍କ ବହାଘରକୁ ଅଢ଼େଇବର୍ଷ ବିତିଲାଣି। ଯେଉଁ ହାତରେ ବନ୍ଧୁକ ଧରି ସେମାନେ ପୁଲିସବଳକୁ ନାକରେ ପାଣି -ପିଆଉଥିଲେ ଆଜି ସେମାନେ ସେଇ ପୁଲିସର ଗେହ୍ଲା ଝିଅ- ଜ୍ୟୋଇଁ।

ପୁଲିସର ଝିଅ-ଜ୍ୟୋଇଁ କହିବା ପଛରେ ଯେଉଁ କାହାଣୀ ରହିଛି ତାହା ୨୩ ଜୁଲାଇ ୨୦୧୭ରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା। ଏହିଦିନ ମାଲକାନଗିରି ପୁଲିସ ଏସ୍‌ପି ଉଭୟଙ୍କ ବାହାଘରର ସମସ୍ତ ଆୟୋଜନ କରିଥିଲେ। ସରକାରୀ ଭାବେ କଲ୍ୟାଣ ମଣ୍ଡପକୁ ସଜ୍ଜାଯାଇଥିଲା, ଖାଇବା ପିଇବାର ବ୍ୟବସ୍ଥା ହୋଇଥିଲା ଆଉ ତା’ ସଙ୍ଗେ ସଙ୍ଗେ ମାଲକାନଗିରିର ପାରମ୍ପରିକ ନୃତ୍ୟ ତାଳେ ତାଳେ ଲୋକେ ନାଚିଥିଲେ।

ସେ ଦୃଶ୍ୟ ଆଜି ମନେପକାଇବାର ଉଦ୍ଦେଶ୍ୟ ହେଉଛି ନକ୍ସଲ୍‌ ସାଜି ଆତଙ୍କ ସୃଷ୍ଟି କରୁଥିବା ଏଇ ମାଟିର ପୁଅ ଝିଅଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା। ଗଣତାନ୍ତ୍ରିକ ପରିବେଶରେ ହିଂସା ଦ୍ଵାରା ନୁହେଁ ବରଂ ସଦ୍‌ଭାବରେ ହକ୍‌ ଜାହିର କରାଯାଇପାରିବ ସେ ବାର୍ତ୍ତା ପ୍ରଚାର କରିବା।

ରାଧା ଓ ରଘୁ

ମାଲକାନଗିରିରେ ଆମେ ରଘୁ ଓ ରାଧାଙ୍କୁ ଭେଟିଥିଲୁ। ଜୁଲାଇ ୨୦୧୬ ତାରିଖରେ ଛତିଶଗଡ଼ର ରାଧା ନକ୍ସଲ୍‌ କ୍ୟାମ୍ପ ଛାଡ଼ି ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ। ଏହାର କିଛିଦିନ ପରେ କାଲିମେଳା ଥାନା ଅନ୍ତର୍ଗତ ରଜୁଲ୍‌କୋଣ୍ଡା ଗାଁର ରଘୁ ଫେରିଆସିବାକୁ ଚାହିଁଲେ ମୁଖ୍ୟସ୍ରୋତକୁ। ଜଙ୍ଗଲରେ ଲୁଚିବା ଛାଡ଼ି ସାଧାରଣ ଭାବେ ବଞ୍ଚିବାକୁ ଚାହିଁଥିଲେ। ପୁଲିସ ସହ ତାଙ୍କର ଯୋଗାଯୋଗ ହୋଇଥିଲା ଆଉ ମାର୍ଚ ୨୦୧୭ରେ ସେ ଆତ୍ମସମର୍ପଣ କଲେ। ବନ୍ଧୁକ ଫେପାଡ଼ି ପ୍ରେମ ଓ ଭଲପାଇବା ରାସ୍ତାରେ ପାଦ ଦେଲେ।

ତା’ପରେ ଦୁହିଙ୍କ ଭିତରେ ଥିବା ଭଲ ପାଇବା ଓ ପ୍ରେମ ନିବିଡ଼ ହେଲା, ଏ ପ୍ରେମ ଜଙ୍ଗଲ ଭିତରେ ଆରମ୍ଭ ହୋଇଥିଲା ନିଜ ହକ୍‌ ପାଇଁ ସଂଗ୍ରାମ କରିବା ବେଳେ। ଆଉ ଉଭୟ ବୁଝିଲେ ଯେ, ଜଙ୍ଗଲ ଭିତରେ ନୁହେଁ, ଏକ ଭଲ ଜୀବନ ସମ୍ଭବ ଜଙ୍ଗଲ ବାହାରେ, ସାଧାରଣ ଲୋକଙ୍କ ପରି ଜୀଇଁଲେ। ତାହା ହିଁ ହେଲା। ନିଜର ମନ କଥା ବ୍ୟକ୍ତ କଲେ ପୁଲିସ ଆଗରେ।  ପୁଲିସ ଏସ୍‌ପିଙ୍କୁ ବାହାଘର ବାବଦରେ ଜଣାଇବାରୁ ପୁଲିସ ଅବାଶ୍ୟକ ସହଯୋଗ କଲେ। ଫଳରେ ଉଭୟ ଏବେ ଦମ୍ପତି ଭାବେ ଜଣାଶୁଣା ହୋଇଛନ୍ତି।

‘ଆମେ ପାରିବାରିକ ଜୀବନରେ ଖୁସି ଅଛୁ। ଏବେ ସ୍ଵାଚ୍ଛନ୍ଦରେ ଜୀବନ ଜୀଉଁଛୁ। ଜଙ୍ଗଲ ଭିତରେ ଥିଲେ ଏଦେ ମର୍ଯ୍ୟାଦାପୂଣ୍ଣ ଜୀବନ ସମ୍ଭବ ହୋଇ ନଥାଆନ୍ତା। ପୁଲିସ ପକ୍ଷରୁ ଥଇଥାନ ପ୍ୟାକେଜ୍‌ ଆମକୁ ଦିଆଯାଇଛି। କର୍ମ ସଂସ୍ଥାନ ବି ଆମକୁ ମିଳିଛି। ଏବେ ଆମେ ଖୁସି’।

ରାଧା ଓ ରଘୁଙ୍କ ପ୍ରେମ କାହାଣୀ ଏଇ ଅଢ଼େଇ ବର୍ଷରେ ସେମିତି ଅତୁଟ ରହିଛି। ଏହାପରେ ଆମେ ଚାହିଁଲୁ ଏ ଦୁହିଁଙ୍କ ବାହାଘରର ବର୍ଷେ ପୂର୍ବରୁ ବିବାହ କରିଥିବା ପୂଣ୍ଣିମା ଓ ଦିନେଶଙ୍କ କଥା ଜାଣିବାକୁ।

ଦୀନେଶ ଓ ପୂଣ୍ଣିମା

ସେଇ ସହରରେ ଏ ଦୁଇଜଣ ବି ଆଦର୍ଶ ଦମ୍ପତ୍ତି ହୋଇ ରହିଛନ୍ତି। ଦୀନେଶ ଓରଫ ରାମ ମାଡ଼କାମୀ କାଲିମେଳା ଥାନା ଅନ୍ତର୍ଗତ କୁରୁବା ଗାଁର ବାସିନ୍ଦା। ଆଉ ପୂଣ୍ଣିମା ହେଉଛନ୍ତି ଚିତ୍ରକୋଣ୍ଡା ଥାନାର କୁଟ୍‌ନୀ ପଦର ଗାଁର ବାସିନ୍ଦା। ଉଭୟ କଟ୍ଟରପନ୍ଥୀ ନକ୍ସଲ୍‌ ଥିଲେ। ଆଜି ସାଧାରଣ ନାଗରିକ। ଦୀନେଶ ଏବେ ଘରୋଇ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସହରରେ ଚଳୁଛନ୍ତି। ୨୧ ଏପ୍ରିଲ୍‌ ୨୦୧୬ରେ ଉଭୟଙ୍କ ବାହାଘର ହୋଇଥିଲା।

‘ଏବେ ଜୀବନଯାପନ ପାଇଁ ଆବଶ୍ୟକ କାମଧନ୍ଦା ମିଳିଛି, ଏବଂ ଆମେ ଖୁସିରେ ଅଛୁ’ ବୋଲି କହିଛନ୍ତି ଦୀନେଶ।

ରଘୁ ଓ ରାଧାଙ୍କ ବିବାହ ପରି ପୂଣ୍ଣିମା ଓ ଦୀନେଶଙ୍କ ବାହାଘର ବି ପୁଲିସ ଦ୍ଵାରା ଆୟୋଜନ କରାଯାଇଥିଲା। ଆଲୋକମାଳାରେ କମ୍ପିଥିଲା ସେଦିନ କଲ୍ୟାଣ ମଣ୍ଡପ। ପୁଲିସ ଅଧିକାରୀଙ୍କ ସମେତ ଅନେକ ଜଣାଶୁଣା ଲୋକ ସେଥିରେ ସାମିଲ୍‌ ହୋଇଥିଲେ।

ଜଗମୋହନ ମୀନା, ଆରକ୍ଷୀ ଅଧୀକ୍ଷକ- ମାଲକାନଗିରି

ଆଜି ୩ବର୍ଷ ସମୟ ଭିତରେ ଏ ଦୁଇ ଦମ୍ପତ୍ତିଙ୍କ ସଫଳ କାହାଣୀ ପୁଲିସର ଉଦ୍ୟମକୁ ସଫଳ କରାଇଥଇବା ପ୍ରମାଣ ଦେଉଛି। ପୁଲିସ ଅଧୀକ୍ଷକ ଜଗମୋହନ ମୀନା ଓଡ଼ିଶା ଟାଇମ୍‌ ଡଟ୍‌କମ୍‌କୁ ଏହି କାହାଣୀଗୁଡ଼ିକ ସମ୍ପର୍କରେ କହିବାକୁ ଯାଇ ସୂଚନା ଦେଇଛନ୍ତି, ଯଦି କେହି ଆତ୍ମ ସମର୍ପଣ କରିଥିବା ନକ୍ସଲ ବିବାହ ପାଇଁ ଚାହିଁବେ ତେବେ ତାଙ୍କୁ ଅନୁରୂପ ସହାୟତା ମଧ୍ୟ ଦେବାକୁ ପୁଲିସ ପ୍ରସ୍ତୁତ। ଏହା ଅଧିକରୁ ଅଧିକ ନକ୍ସଲ୍‌ଙ୍କୁ ମୁଖସ୍ରୋତରେ ସାମିଲ୍‌ କରିବାର ଏକ ଉଦ୍ୟମ’।

ଏଯାଏ ପୁଲିସ ତିନୋଟି ନକ୍ସଲ୍‌ ପ୍ରେମକାହାଣୀକୁ ବିବାହ ରୂପ ଦେଇଛି। ପୂଣ୍ଣିମା-ଦୀନେଶ, ରଘୁ ଓ ରାଧା ପୂବର୍ର୍ରୁ ଯେଉଁ ପ୍ରେମ କାଣୀକୁ ପୁଲିସ ବିବାହ ରୂପ ଦେଇଥିଲେ ତାଙ୍କ ଭିତରେ ରହିଛି ମାର୍କୋ ରାଜାର ପ୍ରେମ କାହାଣୀ। ମାର୍କୋଙ୍କ ଘର ଏମ୍‌ଭି୭୯ ପୁଲିସ ଷ୍ଟେସନ୍‌ ଅନ୍ତର୍ଗତ ଦିଲ୍ଲୀଗୁଡ଼ାରେ। ୨୦୧୬ରେ ଏହି ବାହାଘର ହୋଇଥିଲା, ଯେଉଁଥିରେ ଜଣେ ଅଣ ନକ୍ସଲ୍‌ ଝିଅଙ୍କୁ ବାହା ହୋଇଥିଲେ ମାର୍କୋ।  ଅନୁରୂପ ଭାବେ ପୁଲିସ ଆଗରେ ମାର୍କୋ ବିବାହ ପାଇଁ ଆବଶ୍ୟକ ସହା୍ରତା ମାଗିବାରୁ ପୁଲିସ ସହାୟତାର ହାତ ବଢ଼ାଇଥିଲା। ଏହି ସହା୍ରତାର ହାତ ଏଯାଏ ରହିଛି ବୋଲି କହିଛନ୍ତି ଶ୍ରୀ ମୀନା।

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ 

http://odishatime.com/administration-fails-to-manage-jagannath-temple-properly/

ନିର୍ବାଚନ ହେଲେ ଭଲ: ସଦ୍ୟ ଉପସ୍ଥାପିତ ସାଧାରଣ ବଜେଟ୍‌ ଶୀର୍ଷକର ଅନୁଶୀଳନ 

Leave a Reply

Your email address will not be published. Required fields are marked *