୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ୍। ବିଧାନସଭାରେ ହୋଇଥିବା ଦ୍ୱିତୀୟ ଦିନର କୋଭିଡ ରିପୋର୍ଟ ଆସିସାରିଛି। କାଲିର ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ୨ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେଲେଣି । ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ପଦ୍ମିନୀ ଦିଆନ୍, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ, ଭାଗୀରଥୀ ସେଠୀ, ସୁଶାନ୍ତ ବେହେରା, ନାଉରୀ ନାୟକ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । କାଲି ପ୍ରମୀଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ୍ ହୋଇଥିଲେ । କେବଳ ସେମାନେ ନୁହନ୍ତି, ପୂର୍ବରୁ ମଧ୍ୟ କିଛି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅନ୍ୟପଟେ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। କୋଭିଡ ସମୟରେ ହେବାକୁ ଥିବା ଏହି ଅଧିବେଶନରେ କୋଭିଡ କଟକଣାକୁ କିଭଳି ପ୍ରାଧାନ୍ୟ ଦିଆଯିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଏଭଳି ମନ୍ତବ୍ୟ ଦେଇଛନ୍ତି ପୋଲିସ ଡିଜି। ସମୁଦାୟ ୨୫ ପ୍ଲାଟୁନ ପୋଲିସ ମୁତୟନ ହେଉଥିବା ବେଳେ କରୋନା ପଜିଟିଭରୁ ଫେରିଥିବା ପୋଲିସ ଅଧିକାରୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କୋଭିଡ କଟକଣା ବେଳେ ଧାରଣା ପାଇଁ କୌଣସି ଲୋକ ଆବେଦନ କରିନ ଥିବା ବେଳେ ଆସନ୍ତା ୩୦ ତାରିଖ ପରେ ଯେ କୌଣସି ଲୋକ ଆବେଦନ କରିବେ ତାହା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ଡିଜି ଅଭୟ।

Leave a Reply

Your email address will not be published. Required fields are marked *