ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର, (ଓଡିଶା ଟାଇମ୍) : ଚିଲିକା ୱାଇଲଡ୍ ଲାଇଫ୍ ଡିଭିଜନ୍ ବାଲୁଗାଁ ଜୁନିୟର ଆକାଉଣ୍ଟାଣ୍ଟ୍ ନବୀନ ଚନ୍ଦ୍ର ବିଷୋୟୀ ଙ୍କ ବାସଭବନ ସମେତ ୩ ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ।ବ୍ରହ୍ମପୁର ନୀଳାଚଳ ନଗର ତୃତୀୟ ଲାଇନ୍, ବାଲୁଗାଁ ସ୍ଥିତ କାର୍ଯ୍ୟାଳୟ ଏବଂ ଚିଲିକା ଫରେଷ୍ଟ୍ ରେଷ୍ଟ୍ ହାଉସ୍ ପ୍ରମୁଖ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ବ୍ରହ୍ମପୁର ଡି ଏଫ୍ ଓ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ୍ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ବାସଭବନ ସମେତ କାର୍ଯ୍ୟାଳୟ ପ୍ରମୁଖ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।ନୃସିଂହ ମନ୍ଦିର ସାହି, କମାପଲ୍ଲୀ, ଆସିଆନ୍ ଆର୍ପାଟେମେଣ୍ଟ୍ ପ୍ରମୁଖ ସ୍ଥାନରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି ।ଏବିଷୟରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ ପି ଅନୀଲ୍ ପାତ୍ର ସୂଚନା ଦେଇଛନ୍ତି।