+ ୨ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ
ଭୁବନେଶ୍ବର, (ଓଡିଶା ଟାଇମ୍) :ଯୁ କ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ କଟ୍ ଅଫ୍ ମାର୍କ। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ୍ ଅଫ୍ ମାର୍କ ଥିବାବେଳେ ବିଜ୍ଞାନରେ କଟ୍ ଅଫ୍ ମାର୍କ ୮୯ ପ୍ରତିଶତ, ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩ ପ୍ରତିଶତ ରହିଛି।
ବିଜେବି କଲେଜରେ କଳା ବିଭାଗ ପାଇଁ କଟ୍ ଅଫ୍ ମାର୍କ ୭୧.୮୩ ପ୍ରତିଶତ ରହିଥିବାବେଳେ ବିଜ୍ଞାନ ବିଭାଗ ପାଇଁ କଟ୍ ଅଫ୍ ମାର୍କ ୮୮.୬ ପ୍ରତିଶତ, ବାଣିଜ୍ୟ ବିଭାଗ ପାଇଁ କଟ୍ ଅଫ୍ ମାର୍କ ୭୪ ପ୍ରତିଶତ ରହିଛି। ସେହିପରି ଶୈଳବାଳାରେ କଳା ବିଭାଗ ପାଇଁ କଟ୍ ଅଫ୍ ମାର୍କ ୬୭.୩୩ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗ ପାଇଁ କଟ୍ ଅଫ୍ ମାର୍କ ୭୦ ପ୍ରତିଶତ ରହିଛି। ରମାଦେବୀରେ କଳା ବିଭାଗ ପାଇଁ କଟ୍ ଅଫ୍ ମାର୍କ ୬୪.୩୩ ପ୍ରତିଶତ ରହିଛି।