ଭଦ୍ରକରେ ରେକର୍ଡ଼ ସଂଖ୍ୟକ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ , (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୩୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ଭଦ୍ରଜ ଜିଲ୍ଲାରୁ ଆଜି ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ରେକର୍ଡ ସଂଖ୍ୟା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦ ହଜାର ୨୦୪ ଟେଷ୍ଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା  ୩୦୦୦ରେ ପହଞ୍ଚିଛି  । ସେହିପରି  ୨୧୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୦୩ଟି  ଆକ୍ଟିଭ କେସ ରହିଛି । ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯ରେ ପହଁଚିଛି ।

୧୮୬ ସଂକ୍ରମିତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୪୨ , ପୌରାଞ୍ଚଳରୁ ୧୯ , ଭଦ୍ରକ ବ୍ଲକରୁ ୩୪ ଓ ପୌରାଞ୍ଚଳରୁ ୩୫ ,  ବନ୍ତ ବ୍ଲକରୁ ୪ଜଣ ,  ଭଣ୍ଡାରିପୋଖରୀ ବ୍ଲକରୁ ୩୦ । ଚାନ୍ଦବାଲିରୁ ୩ , ଧାମନଗର ବ୍ଲକରୁ ୪ ଓ ଏନଏସିରୁ ଜଣେ , ତିହିଡି ବ୍ଲକରୁ ୧୨ ଜଣ ଓ ଅନ୍ୟ ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । 

 

Leave a Reply

Your email address will not be published. Required fields are marked *