୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୭୧ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୭୧୭୪ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୪ ଜଣ ରହିଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ଜଣେ, ବାଲେଶ୍ବର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୭ଜଣ, ଝାରସୁଗୁଡା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୭୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୫ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ, ଷ୍ଟେଟ ପୁଲ୍ରୁ ୧୮ଜଣ ରହିଛନ୍ତି ।