ଲୋକାର୍ପଣ ହେଲା ଭଦ୍ରକ ଜିଲ୍ଲାର ୧୭ଟି ରୂପାନ୍ତରିତ ହାଇସ୍କୁଲ
ଭଦ୍ରକ, (ଓଡିଶା ଟାଇମ୍): 5 T ଉପକ୍ରମରେ ନବକଳେବରର ରୂପ ନେଉଛି ହାଇସ୍କୁଲ। ଅତ୍ୟାଧୁନିକ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍, ଶ୍ରେଣୀ ଗୃହ, ପିଇବା ପାଣି, ଶୌଚାଳୟ ଏବଂ କ୍ରୀଡା ଭିତ୍ତିଭୂମି ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ ୧୭ ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି । ଏହି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭର୍ଚୁଆଲ ମାଧ୍ୟମରେ ରୂପାନ୍ତରିତ ହାଇସ୍କୁଲ ଗୁଡିକର ଲୋକାର୍ପଣ କରିଛନ୍ତି । ଭଦ୍ରକ ଜିଲ୍ଲାର ସାବରଙ୍ଗ ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ସହ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ , ସାଂସଦ ମଞ୍ଜୁଲତା ମଣ୍ଡଳ , ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ , ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହ ବହୁ ଅତିଥି ଉପସ୍ଥିତ ଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ସାବରଙ୍ଗ ହାଇ ସ୍କୁଲର ଛାତ୍ରୀଙ୍କ ସହ କଥା ହୋଇଥିଲେ ।