ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୬ ଆକ୍ରାନ୍ତ, ୩୩୮୬କୁ ବୃଦ୍ଧି
ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ୧୩୬ ସଂକ୍ରମିତ ରାଜ୍ୟର ୧୪ଟି ଜିଲ୍ଲାରୁ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ ୩ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨ଜଣ, ଗଜପତିରୁ ୭ଜଣ, କନ୍ଧମାଳରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ, ଗଞ୍ଜାମ ଓ ପୁରୀରୁ ୩ଜଣ ଲେଖାଏ, ମୟୂରଭଞ୍ଜରୁ ୯ଜଣ, ସମ୍ବଲପୁରରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ODRAF/ NDRF/Fire Servicesର ୫୪ ଜଣ ଅଛନ୍ତି। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ।