୨୬/୧୧ ମୁମ୍ବାଇ ଆକ୍ରମଣ: ଭାରତ ଇତିହାସର ଏହି କଳାଦିନକୁ ବିତିଯାଇଛି ୧୨ ବର୍ଷ
ମୁମ୍ବାଇ, (ଓଡିଶା ଟାଇମ୍) : ପାକିସ୍ତାନରୁ ଆସିଥିବା ୧୦ ଆତଙ୍କବାଦୀ ବର୍ଷ ୨୦୦୮ ମସିହାରେ ଆଜିର ଦିନରେ ମୁମ୍ବାଇରେ ଆତଙ୍କୀଲୀଳା ରଚିଥିଲେ । ଗୁଳି ଓ ବୋମାମାଡ଼ରେ ଥରିଥିଲା ମୁମ୍ବାଇ । ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ଇତିହାସରେ ଏହା ସବୁଠାରୁ ବଡଧରଣର ଆତଙ୍କୀ ଆକ୍ରମଣ ବୋଲି ଗଣନା କରାଯାଏ । ତେବେ ୩ଦିନ ଧରି ଚାଲିଥିବା ଲଢେଇରେ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କୀଙ୍କୁ ନିହତ କରିବା ସହ ଜଣେ ଆତଙ୍କୀକକୁ ଗିରଫ କରାଯାଇଥିଲା । ଯାହାର ନାମ ଆଜମଲ ଆମିର କସାବ ଥିଲା । ଯାହାକୁ ଡିସେମ୍ବର ୨୦୧୨ରେ ପୁଣେରେ ଫାସି ଦିଆଯାଇଥିଲା ।
ପରେ ସେମାନେ ସହରର ବିଭିନ୍ନ ସ୍ଥାନ ଯଥା ଛତ୍ରପତି ଶିବାଜୀ ଟର୍ମିନସ, ଚବାଡ ହାଉସ, ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ, ନରିମାନ ହାଉସରେ ଆକ୍ରମଣ ଘଟାଇଥିଲେ। ୪ ଦିନ ଧରି ଏହି ଆକ୍ରମଣ ଚାଲିଥିଲା। ପରେ ଏନଏସଜି କମାଣ୍ଡୋଙ୍କ ସ୍ବତନ୍ତ୍ର ଅପରେସନ (ବ୍ଲାକ୍ ଟର୍ଣ୍ଣାଡୋ)ରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଜଣେ ମାତ୍ର ଆତଙ୍କବାଦୀ ଅଜମଲ କସାବ ଜୀବନ୍ତ ରହିଥିଲା।
ପରବର୍ତ୍ତୀ ସମୟରେ ଏହି ପାକିସ୍ତାନୀ ଆତଙ୍କବାଦୀକୁ ଫାଶୀ ଦିଆଯାଇଥିଲା। ଏହି ଆକ୍ରମଣରେ କେତେକ ବିଦେଶୀ ନାଗରିକଙ୍କ ସମେତ ୧୭୪ଜଣଙ୍କର ମୃତ୍ୟୁ ହୋଇଥିଲା ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନ ସରକାର ଓ ସେନାର ପ୍ରଚ୍ଛନ୍ନ ହାତ ରହିଥିବା ନେଇ ଭାରତ ସମେତ ବିଶ୍ବ ସମୁଦାୟ ଅଭିଯୋଗ କରିଆସିଛନ୍ତି। ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ବିଷୟକୁ ନିଜ ଦେଶର ଜଣେ ସାଂସଦ ମଧ୍ୟ ସ୍ବୀକାର କରିଥିଲେ। ଆକ୍ରମଣରେ ୧୨ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ବ୍ୟବସ୍ଥା କରାଯାଇଛି।