ଖେଳରତ୍ନ ପାଇବେ ଓଡ଼ିଶାର ପ୍ରମୋଦ ଭଗତ, ୧୨ ଜଣଙ୍କୁ ମିଳିବ ପରୁସ୍କାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ଓଡ଼ିଶାର ପ୍ରମୋଦ ଭଗତ । ଟୋକିଓ ପାରାଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ କମିଟି ପୂର୍ବରୁ ସୁପାରିଶ କରିଥିଲା । ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡ଼ିଆ । ମୋଟ ୧୨ ଜଣ ଖେଳରତ୍ନ ପାଇବା ନେଇ ଜଣାପଡ଼ିଛି ।

ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଥିଲା ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି । ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍‌ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମକୁ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା । ସୁନୀଲ୍‌ ଛେତ୍ରୀ, ମିତାଲି ରାଜ୍‌, ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ଦିଆଯିବା ନେଇ ଜଣାପଡ଼ିଛି । ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିଲା ।

Leave a Reply

Your email address will not be published. Required fields are marked *